ଯାଜପୁର: ବାଇକ ଆରୋହୀଙ୍କ ଉପରେ ପଛପଟୁ ଚଢିଗଲା ଟ୍ରକ, ପୁଅ ମୃତ ବାପା ଗୁରୁତର

ଯାଜପୁର(କେନ୍ୟୁଜ୍):  ସଡ଼କ ଦୁର୍ଘଟଣାରେ ପୁଅ ମୃତ ବାପା ଗୁରୁତର। NH 53 ଚଣ୍ଡିଖୋଲ -ପାରାଦ୍ୱୀପ ଜାତୀୟ ରାଜପଥର ଭାକୁଡ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ ।  ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ ଅନ୍ୟ ଜଣେ ଆହତ ହୋଇଛନ୍ତି। ବାଲିଚନ୍ଦ୍ରପୁର ବଜାରରୁ ଚଣ୍ଡିଖୋଲ ଅଭିମୁଖେ ବାଇକ ଟି ଆସୁଥିବା ବେଳେ ଭାକୁଡ ଛକ ନିକଟରେ ପଛପଟୁ ଏକ ଟ୍ରକ  ଧକ୍କା ଦେବା ସହ ବାଇକ ଆରୋହୀଙ୍କ ଉପରେ ଚଢି ଯାଇଥିଲା।

ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ବାଇକ ଆରୋହୀ ବାପ ପୁଅ ବୋଲି ଜଣା ପଡିଛି ଏମାନେ ବଡ଼ଚଣା ଅଞ୍ଚଳର ବୋଲି ଜଣା ପଡିଛି। ମୃତକଙ୍କ ଶରୀରକୁ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଯାଇ ଥିବା ବେଳେ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.