ସୁବର୍ଣ୍ଣପୁର କାନପୁରର ମା’ ମାହେଶ୍ୱରୀ ପୀଠରେ ମହାଖଳା ପୂଜା

ସୋନପୁର (କେନ୍ୟୁଜ୍) : ସୁବର୍ଣ୍ଣପୁର ଜିଲ୍ଳା କାନପୁର ଗାଁରେ ରହିଛି ମା ମାହେଶ୍ୱରୀଙ୍କ ପୀଠ । ଏହି ପୀଠରେ କୁମାର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଛି ମହାଖଳା ପୂଜା । ରାଜା ରାଜୁଡା ଅମଳରୁ ଏଠାରେ ପଞ୍ଚଦେବୀ ପରମେଶ୍ୱରୀ, ନାରାୟଣୀ, ଚାମୁଣ୍ଡା, ନରଘଣ୍ଟା ଓ ଖମ୍ବେଶ୍ୱରୀ ଦେବୀ ପୂଜା ପାଇ ଆସୁଛନ୍ତି ।

MAHAKHALA JATRA-2

ପ୍ରତିବର୍ଷ ଆଶ୍ୱିନ ପୂର୍ଣ୍ଣିମାରେ ପଞ୍ଚଦେବୀଙ୍କ ପାଇଁ ଆୟୋଜିତ ହୋଇଥାଏ ମହାଖଳା ପୂଜା । ପୀଠରେ ତିନି ଦିନ ଧରି କୁମାର ଉତ୍ସବ ପାଳିତ ହେଉଥିବା ବେଳେ ମହାଖଳା ପୂଜା ଆୟୋଜିତ ହୁଏ ।

MAHAKHALA JATRA-3

ସୁବର୍ଣ୍ଣପୁର ସଂସ୍କୃତିରେ ଖମ୍ବେଶ୍ବରୀ ଦେବୀ ଲୋକଦେବୀରୁ ରାଷ୍ଟ୍ରଦେବୀରେ ପରିଣତ ହୋଇଛନ୍ତି । ଏହିକ୍ରମରେ କାନପୁରର ମା ମାହେଶ୍ବରୀ ପୂଜିତ ହେଉଛନ୍ତି । ଦେବୀଙ୍କ ପାଖରେ ଯେକୌଣସି ମାନସିକ କଲେ ତାହା ପୂରଣ ହୁଏ ବୋଲି ଭକ୍ତଙ୍କର ବିଶ୍ବାସ ରହିଛି । ମହାଖଳା ପୂଜାରେ ହାଣ୍ଡି ହାଣ୍ଡି ଅରୁଆ ଚାଉଳ, ମନ୍ଦାର ଫୁଲ, ପଦ୍ମଫୁଲ ଏବଂ ୩୨୦୦ ଯୋଡ଼ାରୁ ଅଧିକ ବେଲପତ୍ର ଲାଗେ । ପୁଣି ପଞ୍ଚାମୃତ ସହ ଲାଗେ ଦହି ଓ ଦହନା । ପୂଜା ମଣ୍ଡପରେ ଶୋଭା ପାଆନ୍ତି ଆଲମ ଓ ଛତର । ପୁଣି ଢୋଲ, ମହୁରୀ ଆଦିରେ ଫାଟି ପଡ଼େ ସାରା ଅ୍ରଞ୍ଚଳ । ଭକ୍ତମାନେ ଖୁବ୍ ଉତ୍ସାହର ସହ ମହାଖଳା ପୂଜାରେ ଭାଗ ନେଇ ଦେବୀଙ୍କ ଆଶୀର୍ବାଦ ନିଅନ୍ତି ।

MAHAKHALA JATRA-4

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.