କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଏସିଆନ୍‌ ରଗବୀ ସେଭେନ୍ସ,

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ମାସରେ ହକି ବିଶ୍ବ କପ୍ ପୂର୍ବରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା । ଆଜି ସନ୍ଧ୍ୟାରେ ଏଠାରେ ଆରମ୍ଭ ହୋଇଛି ଏସିଆନ୍‌ ରଗବୀ ସେଭେନ୍ସ, ୧୮ ବର୍ଷରୁ କମ୍ ବାଳିକା ଚାମ୍ପିଅନସିପ୍‌ । ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାମ୍ପିଅନସିପରେ ମୋଟ ୧୨ଟି ଦେଶ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ସବୁ ଦଳ ମାର୍ଚ୍ଚପାଷ୍ଟ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

RUGBY-2

ଭାରତୀୟ ଦଳରେ ୫ ଜଣ କିସ୍ ଖେଳାଳି

ଭାରତୀୟ ରଗବୀ ଟିମରେ କିସ୍‌ର ୫ ଜଣ ଛାତ୍ରୀ ସାମିଲ ଅଛନ୍ତି । ଏମାନେ ହେଲେ ସୁମିତ୍ରା ନାୟକ, ସୋନୀ ମାଦାଙ୍ଗି, ଲିଜା ସରଦାର, ପାର୍ବତୀ କିସ୍କୁ ଏବଂ ଜେମାମଣି ନାୟକ । ଏହି ଚାମ୍ପିଅନସିପ୍‌ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ମ୍ୟାଚରେ ଭାରତ-ୟୁଏଇ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ୨୨-୫ରେ ବିଜୟୀ ହୋଇଛି ।

ଡ. ସାମନ୍ତଙ୍କ ତରଫରୁ ପ୍ରୋତ୍ସାହନ ଓ ପୁରସ୍କାର ଘୋଷଣା

ଓଡିଶାରେ ରଗବୀ ଏସିଆନ ଚାମ୍ପିଅନସିପ ଆୟୋଜିତ କରାଇଥିବାରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗୁରୁବାର ଭାରତୀୟ ରଗବୀ ଦଳର ଖେଳାଳିମାନେ ଡ.ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଡ. ସାମନ୍ତ ଭାରତୀୟ ରଗବୀ ଦଳକୁ ଶୁଭେଚ୍ଛା ଜଣାଇ ଦଳର ବିଜୟ କାମନା କରିବା ସହ ସେମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ ବୋଲି କହିଛନ୍ତି ।  ଦଳ ଚାମ୍ପିଅନ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା, ରନର୍ସଅପ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୫ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଲେ ସ୍ପୋର୍ଟସ ଡ୍ରେସ ପ୍ରଦାନ କରାଯିବ ।

RUGBY-3

ରଗବୀରେ କିସର ସଫଳତା

୨୦୦୬ ମସିହାରୁ କିସ୍‌ରେ ରଗବୀ ଆରମ୍ଭ ହୋଇଥିଲା । ଉଭୟ ବାଳକ ଓ ବାଳିକା ଦଳ ୨୦୦୭ ମସିହାଠାରୁ କ୍ରମାଗତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଆସୁଛନ୍ତି । ସେମାନଙ୍କ ଉତ୍ତମ ପ୍ରଦର୍ଶନ ଲାଗି କିସରେ ବିଦେଶୀ କୋଚଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ଓଡିଶାରେ ରଗବୀର ପ୍ରଚାର ଓ ପ୍ରସାର ଦିଗରେ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖିଥିବା ଓଡିଶା ରଗବୀ ଆସୋସିଏସନର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସାଧାରଣ ସଂପାଦକ ଉପେନ୍ଦ୍ର ମହାନ୍ତିଙ୍କୁ ଡ. ସାମନ୍ତ ଧନ୍ୟବାଦ ଜଣାଇଥିଲେ । ଏହା ବ୍ୟତୀତ ରାହୁଲ ବୋଷ ଓ ପ୍ରମୋଦ ଖାନ୍ନା ପ୍ରମୁଖ ରଗବୀକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଓ ବିଶେଷ କରି କିସ ଖେଳାଳିଙ୍କୁ ଉତ୍ସାହିତ କରିଥିବାରୁ ଶ୍ରୀ ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.