ଉତ୍ତରାଖଣ୍ଡ ଭୂସ୍ଖଳନ: ମୃତ୍ୟୁକୁ ମାତ୍‌ ଦେଇ ସୁଡ଼ଙ୍ଗରୁ ବାହାରିବା ପରେ ଦେଖନ୍ତୁ କେମିତି ଥିଲା ବ୍ୟକ୍ତିଙ୍କ ରିଆକ୍ସନ୍‌; ନଜର ପକାନ୍ତୁ ଭିଡିଓ ଉପରେ

ଉତ୍ତରାଖଣ୍ଡର ଚମୋଲୀରେ ଆଜି ଗ୍ଲେସିୟର ଫାଟିବାରୁ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ଚାରିଆଡ଼େ ଖାଲି ପାଣି ଆଉ ପାଣି। ଏହି ଭୟଙ୍କର ଜଳବିତ୍ପାତରେ ଅନେକ ଲୋକ ଭାସିଯାଇଥିବା ବେଳେ ଆଉ କିଛିଙ୍କର ମୃତ୍ୟୁ ଘଟିଛି। ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ସେନା, ଆଇଟିବିପି ଓ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଆଇଟିବିପି ଯବାନଙ୍କ ଦ୍ୱାରା ତପୋବନ ଡ୍ୟାମ୍‌ ପାଖରେ ଏକ ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ବେଳର। ଆଇଟିବିପି ଯବାନମାନେ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ସେ ଖୁସିରେ ଆତ୍ମହରା ହୋଇପଡ଼ୁଛନ୍ତି। ତାଙ୍କୁ ବିଶ୍ୱାସ ହେଉନାହିଁ ଯେ ଏଭଳି ଭୟଙ୍କର ସ୍ଥିତିରେ ବି ସେ ବଞ୍ଚିଛନ୍ତି। ତେବେ ଏତେ ଘଣ୍ଟା ଧରି ସୁଡ଼ଙ୍ଗରେ ଫସିରହିବା କାରଣରୁ ତାଙ୍କ ମୁଣ୍ଡ ବୁଲାଇ ଦେଉଛି। କିନ୍ତୁ ସେ ତଳେ ପଡ଼ିବା ପୂର୍ବରୁ ଯବାନମାନେ ତାଙ୍କୁ ଧରି ନେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଯବାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.