ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳର ଝାଡ଼ ମହାପୁରୁଷପୀଠ, କାହିଁ କେଉଁ ଆଦିମକାଳରୁ ଦେଉଛନ୍ତି ଗାଁକୁ ସୁରକ୍ଷା

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗ୍ରାମର ଝାଡ ମହାପୁରୁଷ। ଘଞ୍ଚ ଅରଣ୍ୟ ଭିତରେ ନଦୀ କୂଳରେ ଏହି ମହାପୁରୁଷ କାହିଁ କେଉଁ ଆଦିମକାଳରୁ ବସିରହି ଗାଁକୁ ସୁରକ୍ଷା ଦେଇ ଆସୁଛନ୍ତି। କିଛି ଝଡ଼ ଝଞ୍ଜା ହେଉ କିମ୍ବା ବିପଦ, ଥରେ ଖାଲି ଝାଡ ମହାପୁରୁଷଙ୍କୁ ଡାକି ଦେଲେ ସବୁ ବିପଦ ଟଳିଯାଏ। ଦୀର୍ଘ ୩୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ଗ୍ରାମ ଓ ଗ୍ରାମବାସୀଙ୍କ ପାଇଁ ପାଲଟିଛନ୍ତି ସୁରକ୍ଷା କବଚ। ଅନ୍ୟପଟେ ପ୍ରତିଦିନ ଏଠାରେ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସି ବଣ ଭୋଜି କରିଥାନ୍ତି। ଏଠାକାର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଯେମିତି ହାତ ଠାରି ଡାକିଥାଏ। କେବଳ ପର୍ଯ୍ୟଟକ ନୁହେଁ ବାଟୋଇକୁ ବି ବିଶ୍ରାମ ଦେଇଥାଏ ଏହି ପୀଠ।

ଏହି ପୀଠ ପାଖରେ ଏକ ଝଙ୍କାଳିଆ ବରଗଛ କାଇଁ କେଉଁଯୁଗରୁ ରହିଆସିଛି। କୁହାଯାଏ ଝାଡ଼ ମହାପୁରୁଷଙ୍କ ଅମଳରୁ ଗଛଟି ଏଠାରେ ରହି ଛାଇ ଯୋଗାଇଆସୁଛି। ଗଛ ଡାଳରେ ବିଭିନ୍ନ ପ୍ରଜାତିର ପକ୍ଷୀ ବାସ କରୁଛନ୍ତି। ପକ୍ଷୀଙ୍କ କଳରବରେ ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥାଏ। ଗାଁର ପିଲାଠୁ ବୁଢା ଯାଏଁ ସମସ୍ତେ ଏଠାକୁ ଆସି ଝାଡ଼ ମହାପୁରୁଷଙ୍କ ପାଖରେ ବସି ସୁଖ ଦୁଃଖ ହୋଇଥାନ୍ତି। ଗାଁର ପ୍ରତିଟି ସୁଖ ଦୁଃଖ ହସ କାନ୍ଦର ମୁକ ସାକ୍ଷୀ ଏହି ପୀଠ। ଏଠାକାର ପବିତ୍ର ପରିବେଶ ସମସ୍ତଙ୍କୁ କୋଳେଇ ନେଇଥାଏ ଠିକ ନିଜ ପିଲା ପରି ।

baragachaତେବେ ଦୀର୍ଘ ୩୦୦ ବର୍ଷ ଧରି ଅବହେଳିତ ହୋଇ ପଡିଥିବା ଏହି ପୀଠର ଉନ୍ନତିକରଣ ଆରମ୍ଭ ହୋଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଉଦ୍ୟମରେ ଏବେ ଏହି ପୀଠ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ଯାଉଛି, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ଓଠରେ ହସ ଖେଳାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.