ମାହାଙ୍ଗା: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୬ ଜଣ । କଟକ ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାର ମଧୁପୁର ଛକରେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା । ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ଡ୍ରାଇଭରଙ୍କୁ ଜଣାଇଥିଲେ ।
ଡ୍ରାଇଭର ଗାଡି ଛାଡି ପଳାଇ ଆସିବା ସହ ଲୋକଙ୍କୁ କାରରୁ ବାହାରକୁ ଆଣିଥିଲେ । ଫଳରେ କାରରେ ଥିବା ୬ ଜଣଙ୍କ ଜୀବନ ବଞ୍ଚି ଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ଥିଲେ । ମାହାଙ୍ଗା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲା ।