ମାହାଙ୍ଗା ଜଇପୁର-ଦୋବନ୍ଦିଆ ରାସ୍ତାର ମଧୁପୁର ଛକରେ ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ୬ଜୀବନ

ମାହାଙ୍ଗା: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୬ ଜଣ । କଟକ ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାର ମଧୁପୁର ଛକରେ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା । ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ଡ୍ରାଇଭରଙ୍କୁ ଜଣାଇଥିଲେ ।

ଡ୍ରାଇଭର ଗାଡି ଛାଡି ପଳାଇ ଆସିବା ସହ ଲୋକଙ୍କୁ କାରରୁ ବାହାରକୁ ଆଣିଥିଲେ । ଫଳରେ କାରରେ ଥିବା ୬ ଜଣଙ୍କ ଜୀବନ ବଞ୍ଚି ଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ଥିଲେ । ମାହାଙ୍ଗା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.