ଟିଟିଲାଗଡ ଜେଲରେ ଲଭ୍‌-ସେକ୍ସ-ଧୋକା: ବିଚାରଧୀନ କଏଦୀ ପ୍ରତାରଣା କରିଥିବା ନେଇ ମହିଳାଙ୍କ ଅଭିଯୋଗ

ଟିଟିଲାଗଡ: ଟିଟିଲାଗଡ ଜେଲରେ ଲଭ୍‌-ସେକ୍ସ-ଧୋକା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଡିଜି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି । ବିଚାରାଧୀନ କଏଦୀ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ଟିଟିଲାଗଡ ଥାନାରେ ଏତଲା ଦିଆଯାଇଛି ।

ଅଭିଯୋଗ ମୁତାବକ, ଗତ ଅକ୍ଟୋବରରେ ମହିଳା ଟିଟିଲରାଗଡ ଜେଲ୍‌ ଯାଇଥଲେ । ସେଠାରେ ଜଣେ ଅନ୍ତେବାସୀଙ୍କ ସହ ସାକ୍ଷାତ ହୋଇଥିଲା । ମହିଳା ଜଣକ ମାନସିକ ଚାପରେ ରହୁଥିବାରୁ ସମ୍ପୃକ୍ତ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ମହିଳା । ଜେଲର କିଛି କର୍ମଚାରୀ ତାଙ୍କୁ ସହଯୋଗ କରୁଥିବା ମହିଳା ଅଭିଯୋଗ କରିଛନ୍ତି । ହେଲେ ଜେଲରୁ ମୁକୁଳିବା ପରେ ଅଭିଯୁକ୍ତ ତାଙ୍କୁ ଚିହ୍ନିନଥିବା କହି ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ସେପେଟ ଏଭଳି ଅଭିଯୋଗ ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.