ମାନି ଚଳନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୫ଟି ନୀତି, କୌଣସି ବି ରୋଗ ଛୁଇଁ ପାରିବନି ଆପଣଙ୍କୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଲେଖା ଯାଇଥିବା ଚାଣକ୍ୟ ନୀତିକୁ ଆଜି ବି ପସନ୍ଦ କରାଯାଉଛି। ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ୱାରା ଲିଖିତ ୫ଟି କଥା କହିବୁ, ଯାହାକୁ ମାନ ଚାଳିଲେ ଆପଣ ଏକ ସୁସ୍ଥ ତଥା ନିରୋଗ ଜୀବନ ଜିଇଁପାରିବେ। ଚାଣକ୍ୟଙ୍କ ଅନୁସାରେ, ରୋଗ ଓ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଶୃଙ୍ଖଳା, ପ୍ରକୃତି ସହ ପ୍ରେମ ଏବଂ ସଜାଗ ରହିବା ବହୁତ ଜରୁରୀ। ଅର୍ଥାତ୍‌ ବ୍ୟକ୍ତି ସବୁବେଳେ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଉଚିତ। ମଣିଷକୁ ପ୍ରକୃତି ସହ ଚାଲିବା ଦରକାର। ଏଥିସହିତ ଋତୁକୁ ନଜରରେ ରଖି ନିଜ ଜୀବନଶୈଳୀକୁ ଶୃଙ୍ଖଳିତ ବନାଇବା ଉଚିତ।

ଚାଣକ୍ୟଙ୍କ ଏହି କଥା ଉପରେ ରଖନ୍ତୁ ଧ୍ୟାନ

୧. ଜଣେ ବ୍ୟକ୍ତି ପାଇଁ ଉତ୍ତମ ସ୍ୱାସ୍ଥ୍ୟ ତା’ର ପ୍ରଥମ ସୁଖ ଅଟେ। ଯେଉଁ ଦେଶର ଲୋକେ ସୁସ୍ଥ ତଥା ନିରୋଗୀ ହୋଇଥାଆନ୍ତି, ସେହି ଦେଶ ସେତେ ଉନ୍ନତି ଆଡ଼କୁ ଅଗ୍ରସର କରିଥାଏ। କାରଣ, ସୁସ୍ଥ ବ୍ୟକ୍ତିର ମସ୍ତିଷ୍କ ସବୁବେଳେ ସକ୍ରିୟ ଥାଏ।

୨. ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ କରିବା ପାଇଁ ସନ୍ତୁଳିତ ଭୋଜନ କରନ୍ତୁ। ଶରୀରକୁ ସେତିକି ଆହାର ଦିଅନ୍ତୁ, ଯେତିକି ଏହା ଦରକାର କରେ।

୩. ଆମ ଭୋଜନରେ ପ୍ରକୃତି ଦ୍ୱାରା ପ୍ରଦତ୍ତ ଖାଦ୍ୟ ପଦାର୍ଥଗୁଡ଼ିକୁ ସାମିଲ କରିବା ଦରକାର। ଋତୁ ଅନୁସାରେ ଭୋଜନ, ଫଳ ଆଦି ଗ୍ରହଣ କଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।

୪. ସୂର୍ଯ୍ୟଙ୍କ କିରଣ ଅନେକ ରୋଗକୁ ରୋକିବାର କ୍ଷମତା ରଖିଥାଏ। ଏଥିପାଇଁ ସୂର୍ଯ୍ୟଙ୍କ କିରଣ ବ୍ୟକ୍ତି ପାଇଁ ସେତିକି ଜରୁରୀ, ଯେତିକି ବାୟୁ।

୫. ରୋଗଠୁ ଦୂରରେ ରହିବା ପାଇଁ ସବୁଠାରୁ ଜରୁରୀ ହେଉଛି ଶୃଙ୍ଖଳିତ ଜୀବନଶୈଳୀ। ଶାସ୍ତ୍ରରେ ବ୍ୟକ୍ତିର ଶୋଇବା ଏବଂ ଉଠିବାର ସମୟ ନିର୍ଦ୍ଧାରିତ କରାଯାଇଛି। ଏହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ନିରୋଗ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.