ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ, ଏଥରକ କେବଳ ଦର୍ଶନ ସହ ଭୋଗ କରିପାରିବେ ଶ୍ରଦ୍ଧାଳୁ

ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା। ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି। ପ୍ରତିବର୍ଷ ମାଘକୃଷ୍ଣ ଏକାଦଶୀଠାରୁ ୯ ଦିନ ବ୍ଯାପୀ ପାଳନ କରାଯାଇଥାଏ ଏହି ମେଳା। ଏଥିରେ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡପିଠା ଭୋଗ କରିଥାନ୍ତି। ଅରକ୍ଷିତଙ୍କ ଆଶୀର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ଯଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଏହି ମେଳାକୁ ପାଳନ କରାଯାଉଛି। କେବଳ ଦର୍ଶନ ସହ ଭୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ଦିଆଯାଇଛି।

OLASUNI-3

ଓଳାଶୁଣୀ ମେଳା ପାଇଁ ଚଳଚଞ୍ଚଳ ହୋଇଛି ଓଳାଶୁଣୀ ପାହାଡ। ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରିଥାଏ । ଏହି ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ଲାଗିଥାଏ। ମେଳା ବୁଲିବା ସହ ଲୋକ ଏହାର ମଜା ଉଠାଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଏସବୁକୁ ବନ୍ଦ କରାଯାଇଛି । ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.