ନବରଙ୍ଗପୁର : ଡରାଉଛି ଅଜଣା ଜନ୍ତୁ, ୨ ଦିନରେ ଖାଇସାରିଲାଣି ଦୁଇଟି ବାଛୁରୀ

ନବରଙ୍ଗପୁର (କେନ୍ୟୁଜ) : ପୁଣି ମାତିଲା ଅଜଣା ଜନ୍ତୁ। ଜିଲ୍ଲାର ଗାଦବା କତରା ଗ୍ରାମରେ ଅଜଣା ହିଂସ୍ର ଜନ୍ତୁ ଆତଙ୍କ। ଅଜଣା ଜନ୍ତୁର ଆକ୍ରମଣରେ ଭୟରେ ଗ୍ରାମବାସୀ l ଗ୍ରାମର ଗୋଟିଏ ବାଛୁରୀ ଆକ୍ରମଣ କରି ସମ୍ପୂର୍ଣ ଖାଇ ଯାଇଛି ଏଇ ଅଜଣା ହିଂସ୍ର ଜନ୍ତୁ। l ଗୋଟିଏ ପଟେ ଆମ୍ବପାଣି ଘାଟି ଜଙ୍ଗଲ ଟି ଗ୍ରାମକୁ ସଂଯୋଗ କରୁଛି। ଏବଂ ଅନେକ ସମୟରେ ଘାଟିରେ ଯିବା ଆସିବା ଯାତ୍ରୀ ରାତିରେ ବାଘ ଦେଖିଛନ୍ତି । ହୁଏତ ସେହି ବାଘ ଗ୍ରାମକୁ ଆସି ଆକ୍ରମଣ କରିଥିବା ନେଇଁ ଗ୍ରାମବାସୀଙ୍କ ମନରେ ଛନକା ପସିଛି l ବନ ବିଭାଗ ର ଏକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ବାଘ ପଂଝା ଭଳି ଦେଖା ଯାଉଥିବା ପାଦ ଚିନ୍ହ ଥିବାରୁ ଏହାକୁ ବାଘ ବୋଲି ଅଞ୍ଚଳ ବାସୀ ଭୟଭୀତ ହେଇ ପଡିଛନ୍ତିl

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.