ଚେନାବ ଉପରେ ନିର୍ମିତ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ପୋଲ, ୨୦୨୨ ସୁଦ୍ଧା କଶ୍ମୀରକୁ ଚାଲିବ ଟ୍ରେନ

ଜମ୍ମୁ :  ୨୦୨୨ ଶେଷ ସୁଦ୍ଧା କଶ୍ମୀରକୁ ରେଳ ସଂଯୋଗ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । କଶ୍ମୀର ସହ ରେଳ ସଂଯୋଗ କରିବାକୁ ହେଲେ ଚେନାବ ନଦୀ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ଏବେ ଏହା ଉପରେ ନିର୍ମାଣ କରାଯାଉଛି ପୋଲ । ଏହି ପୋଲ ବିଶ୍ୱର ସବୁଠୁ ଉଚ୍ଚ ରେଳ ପୋଲ ଭାବେ ମାନ୍ୟତା ପାଇବ ।

ସୋମବାର ରାଜ୍ୟସଭାରେ ଜମ୍ମୁ- କଶ୍ମୀର ପୁନର୍ଗଠନ ଉପରେ ଚାଲିଥିବା ବିତର୍କ ସମୟରେ ଗୃହ ରାଜ୍ୟ ମନ୍ତ୍ରୀ ଜି କିଶନ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ ୨୦୨୨ ଡିସେମ୍ବର ସୁଦ୍ଧା କଶ୍ମୀରକୁ ଟ୍ରେନ ସେବା ଆରମ୍ଭ ହୋଇଯିବ । କଶ୍ମୀରକୁ ଟ୍ରେନ ସଂଯୋଗ ପାଇଁ ଚୋନବ ନଦୀ ଉପରେ ପୋଲ ନିର୍ମାଣ କରାଯାଉଛି ।

ଏହା ବିଶ୍ୱର ସବୁଠୁ ଉଚ୍ଚତମ ରେଳ ପୋଲ ଯାହାର ଉଚ୍ଚତା ୩୫୯ ମିଟର ବୋଲି ମନ୍ତ୍ରୀ ଶ୍ରୀ କିଶନ କହିଛନ୍ତି । ରେଳ ବିଭାଗ ଜମ୍ମୁ ଠାରୁ ବାରମୁଲା ପର୍ଯ୍ୟନ୍ତ ପ୍ରାୟ ୩୫୬ କିଲୋମିଟର ପର୍ଯ୍ୟନ୍ତ ଲାଇନ୍‌ ବିଛାଉଛି । ଡିସେମ୍ବର ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ହୋଇ ରେଳ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ କିଶନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.