Below header

ଚୀନ କଲା ଅଗ୍ନି-୫ କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରିଦେଲା ଭଳି ଆଣ୍ଟି-ବ୍ୟାଲିଷ୍ଟିକ୍‌ ମିସାଇଲ୍‌ର ପରୀକ୍ଷଣ, ଭାରତ ପାଇଁ ଚେତାବନୀ

ନିକଟରେ ଚୀନ ଆଣ୍ଟି-ବ୍ୟାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି, ଯାହାକି କୌଣସି ଦେଶରୁ ଆସୁଥିବା କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରି ତଳେ ପକାଇଦେବାର କ୍ଷମତା ରଖିଛି। ଚୀନର ରକ୍ଷା ମନ୍ତ୍ରାଳୟ ଏହି ପରୀକ୍ଷଣ ସଫଳ ହୋଇଛି ବୋଲି କହିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି, ଏହି କ୍ଷେପଣାସ୍ତ୍ର କୌଣସି ଖାସ୍‌ ଦେଶକୁ ଲକ୍ଷ୍ୟ କରି ବନାଯାଇନାହିଁ, ବରଂ ଏହାକୁ ପ୍ରତିରକ୍ଷା ପାଇଁ ତିଆରି କରାଯାଇଛି।

ଏହି ଆଣ୍ଟି-ବ୍ୟାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ ଉତ୍ତର ଚୀନର ତ୍ୟାୟୁଆନ ସ୍ୟାଟେଲାଇଟ୍‌ ଲାଉଣ୍ଟ ସେଣ୍ଟରରୁ କରାଯାଇଛି। ତେବେ ଗୋଟିଏ ପଟେ ଏହା କୌଣସି ଉଦ୍ଦେଶ୍ୟରେ ବନାଯାଇ ନ ଥିବା କୁହାଯାଉଥିବା ବେଳେ ଅନ୍ୟପକ୍ଷେ Chinese Army PLA କହିଛି ଯେ ଚୀନ ଆଡ଼କୁ ଆସୁଥିବା ପରମାଣୁ କ୍ଷେପଣାସ୍ତ୍ରକୁ ଏହା ଧ୍ୱଂସ କରିପାରିବ, ଯାହାକି ଭାରତ ପାଇଁ ଚେତାବନୀ ହୋଇପାରେ।

ରିପୋର୍ଟ ମୁତାବକ, ଚଳିତବର୍ଷ ଭାରତର ଯୋଜନା ସବୁଠାରୁ ଲମ୍ବା ଦୂରର ପରମାଣୁ ସମ୍ପନ୍ନ ଅଗ୍ନି-୫ ବ୍ୟାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ବିସ୍ତାର କରିବା। ଭାରତ-ଚୀନ ସୀମା ବିବାଦ ଯୋଗୁ ଏହାର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ଵିତ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ରେଞ୍ଜ୍‌ ୫ ହଜାର କିଲୋମିଟର, ଯାହାକି ଚୀନର କୌଣସି ବି ସହରକୁ ଟାର୍ଗେଟ କରି ସେଠାରେ ଛଡ଼ା ଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.