ଯଦି ଆପଣ ପ୍ରଫେସର ହେବା ନେଇ ଲକ୍ଷ ରଖିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଓଡିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସ୍ସି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ବିଜ୍ଞାପତି ଜାରି କରିଛନ୍ତି । ଖୁବ ଶୀଘ୍ର ଅନଲାଇନ ଜରିଆରେ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଆସନ୍ତା ୧୫ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବିଭିନ୍ନ ବିଷୟରେ ୫୦୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ କମିଶନ ତରଫରୁ ଅଧିସୂଚନା ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଏଥିପାଇଁ opsc.gov.in ୱେବସାଇଟକୁ ଯିବାକୁ ହେବ । ସୂଚନା ଦେବା ଯୋଗ୍ୟକି, ଉଦବିଦ ବିଜ୍ଞାନ ପାଇଁ ୨୯ଟି ପଦ, ରସାୟନ ବିଜ୍ଞାନ ପାଇଁ ୨୭ଟି ପଦ, ବାଣିଜ୍ୟ ପାଇଁ ୩୦ ପଦରେ ବିଜ୍ଞପତି ଜାରି ହୋଇଛି ।
ସର୍ବନିମ୍ନ ଯୋଗ୍ୟତା:
ଇଚ୍ଛୁକ ପ୍ରାର୍ଥୀଙ୍କର ସ୍ନାତକତ୍ତୋରରେ ସର୍ବନିମ୍ନ ୫୫ ପ୍ରତିଶତ ମାର୍କ ଥିବା ନିହାତି ଆବଶ୍ୟକ । ଏହା ଛଡ଼ା ସେମାନେ ନେଟ କ୍ଲିୟର କରିବା ନିହାତି ଦରକାର । ଯେବେକି ୨୦୦୯ ପୂର୍ବରୁ ପିଏଚ୍ଡି କରିଥିବା ଆବେଦନକାରୀଙ୍କ ପାଇଁ NET କ୍ଲିୟର କରିବା ଜରୁରୀ ନଥିଲା ।