ଫିଲ୍ମ ‘ଗଣପତ୍‌’ରେ ପୁଣିଥରେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ କୃତି ସାନନ୍‌, ସାମ୍ନାକୁ ଆସିଲା ମୋଶନ୍‌ ପୋଷ୍ଟର

ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କୃତି। ଫିଲ୍ମ ‘ଗଣପତ୍‌’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ।

ଟାଇଗର ଶ୍ରଫ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମୋଶନ୍‌ ପୋଷ୍ଟର ରିଲିଜ୍‌ କରିଛନ୍ତି। ଉକ୍ତ ପୋଷ୍ଟରରେ କୃତି ସାନନ୍‌ ଆକ୍ସନ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେୟାର କରି ଟାଇଗର ଲେଖିଛନ୍ତି, ପ୍ରତୀକ୍ଷାର ଅନ୍ତ ଘଟିଲା…ପ୍ରତିଭାର ଏହି ଭଣ୍ଡାରଙ୍କ ସହ ପୁଣିଥରେ କାମ କରିବା ପାଇଁ ଉତ୍ସାହିତ ଅଛି।

 

View this post on Instagram

 

A post shared by Tiger Shroff (@tigerjackieshroff)

ଅନ୍ୟପଟେ କୃତି ସାନନ୍‌ ଏହି ମୋଶନ୍‌ ପୋଷ୍ଟର ସେୟାର କରି ଲେଖିଛନ୍ତି, ମିଶନ୍ତୁ ଜସି ସହ…ଏଥିପାଇଁ ସୁପର ଡୁପର ଏକ୍ସାଇଟେଡ୍‌!! ମୋ ପ୍ରିୟ ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଗୋଟିଏ ଟିମ୍‌ରେ। ସୁଟିଂ ଆରମ୍ଭକୁ ଅପେକ୍ଷା କରିହେଉନି।

 

View this post on Instagram

 

A post shared by Kriti (@kritisanon)


ସୂଚନାଯୋଗ୍ୟ ଯେ ଗଣପତ୍‌ ବ୍ୟତୀତ ଟାଇଗର ଶ୍ରଫ୍‌ଙ୍କୁ ଆଗକୁ ଆଉ ଦୁଇଟି ଫିଲ୍ମରେ ଦେଖିବାକୁ ମିଳିବ। ଏନେଇ ନିଜେ ଟାଇଗର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏହି ଦୁଇଟି ଫିଲ୍ମ ହେଉଛି ବାଗୀ ୪ ଓ ହିରୋପନ୍ତୀ ୨। ଟାଇଗର ମୋଟ ୨୫ଟି ଦେଶରେ ଏହି ଦୁଇଟି ଫିଲ୍ମର ସୁଟିଂ କରିବେ ବୋଲି ଜଣାଯାଇଛି। ହିରୋପନ୍ତି୨ର ସୁଟିଂ ଡିସେମ୍ବରରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.