ପୋଲିସବାବୁଙ୍କ ପ୍ରାଣ ନେଇଗଲେ ମଦ ମାଫିଆ ! ୪ ବର୍ଷ ପୂର୍ବରୁ ହୋଇଥିଲା ବାହାଘର, ମାସେ ପୂର୍ବରୁ ହୋଇଥିଲେ ବାପା

ପୋଲିସବାବୁଙ୍କୁ ପିଟିପିଟି ମାରିଦେଲେ ମଦ ମାଫିଆ। କର୍ତ୍ତବ୍ୟ କରୁ କରୁ ସହିଦ ହୋଇଗଲେ ଜଣେ କନଷ୍ଟେବଳ। ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ମଦ ମାଫିଆଙ୍କ ହାତରେ। ଏପରି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶ କାଶଗଞ୍ଜ ଜିଲ୍ଲା ସିଢ଼ପୁରା ନଗଲା ଧୀମର ଗାଁରେ। ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ, ତାହେଲେ ଆସନ୍ତୁ ଏ ଭିଡିଓରୁ ଜାଣିବା ପୂରା ଘଟଣା।

polishଗାଁରେ ମଦ ମାଫିଆଙ୍କୁ ଧରିବାକୁ ଯାଇଥିଲେ ଜଣେ କନେଷ୍ଟବଳ ଓ ଜଣେ ଇନ୍ସପେକ୍ଟର। କିନ୍ତୁ ମଦ ମାଫିଆମାନେ ବଡ ଚାଲାକରେ ହିଁ ଦୁଇ ଜଣ ପୋଲିସକର୍ମୀଙ୍କୁ ବନ୍ଧକ ରଖିଦେଲେ। ଆଉ ବନ୍ଧକ ରଖି ଅତି ନିର୍ମମ ଭାବେ ପିଟିଚାଲିଲେ। ଏ ନର ରାକ୍ଷସ ଦୁଇ ପୋଲିସକର୍ମୀଙ୍କୁ ଏତେ ନିର୍ମମ ଭାବେ ପିଟିଲେ ଯେ କନଷ୍ଟେବଳ ଦେବେନ୍ଦ୍ରଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡିଗଲା ଏବଂ ଇନ୍ସପେକ୍ଟର ଅଶୋକ ପାଲ ଗମ୍ଭୀର ଆହତ ହୋଇ ଅଲିଗଡ଼ରେ ଚିକିତ୍ସିତ ହେଉଛନ୍ତି।

policଶହୀଦ ଦେବେନ୍ଦ୍ରଙ୍କ ଘର ସିଂହ ଆଗ୍ରାର ନଗଲା ବିନ୍ଦୁ ଗାଁରେ। ତେବେ ସବୁଠୁ ଦୁଃଖଦ କଥା ହେଉଛି ଦେବେନ୍ଦ୍ରଙ୍କର ଏଇ ମାସେ ହେବ ଝିଅଟିଏ ହୋଇଥିଲା। ଶହୀଦ ଦେବେନ୍ଦ୍ର ୨୦୧୫ ମସିହାରେ ଉତ୍ତର ପ୍ରଦେଶ ପୋଲିସରେ କନେଷ୍ଟବଳ ପଦବୀରେ ନିୟୋଜିତ ହୋଇଥିଲେ। ୨୦୧୭ରେ ତାଙ୍କର ବାହାଘର ହୋଇଥିଲା। ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ବଡ ଝିଅକୁ ୩ ବର୍ଷ ଓ ସାନ ଝିଅକୁ ମାତ୍ର ମାସେ ହୋଇଛି। ତାଙ୍କ ପରିବାରରେ ସେ ଜଣେ ହିଁ ଥିଲେ ରୋଜଗାରକ୍ଷମ। ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକର ଛାୟା ଖେଳି ଯାଇଛି।

debendraଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶଗଞ୍ଜ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରଛନ୍ତି। ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏନଏଏସଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.