ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କର ୮୮ ବର୍ଷ ବୟସରେ ପରଲୋକ। କିଛିଦିନ ହେବ ସେ ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।
ସ୍ବର୍ଗତ ପାଣିଗ୍ରାହୀ ଓଡ଼ିଶାର ଜଣେ ସୁନାମଧନ୍ୟ ଚିକିତ୍ସକ ଥିଲେ। ତେଣୁ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ କାମିନୀ ପାଣିଗ୍ରାହୀ, ବଡ଼ପୁଅ ଇଞ୍ଜିନିୟର ସୁଶାନ୍ତ କୁମାର ପାଣିଗ୍ରାହୀ, ଡାକ୍ତର ସୁମନ୍ତ ପାଣିଗ୍ରାହୀ, ବୋହୂ ପୁଷ୍ପମଞ୍ଜରୀ, ଡାକ୍ତର ସୁମିତା ନାୟକ, ଝିଅ ଗୀତାଞ୍ଜଳି, ପୁଷ୍ପାଞ୍ଜଳି ଏବଂ ଜ୍ୱାଇଁ ଅବସରପ୍ରାପ୍ତ ଆଇଏଏସ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ଆଇଏଏସ ଦ୍ୟୁବେନ୍ଦୁ ଶେଖର ମିଶ୍ର ଉପସ୍ଥିତ ଥିଲେ। ଆଜି ସକାଳ ୧୦ଟାରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।