ଅମ୍ପାୟର ସହିତ ଯୁକ୍ତିତର୍କ କରିବା ବିରାଟଙ୍କୁ ପଡିପାରେ ମହଙ୍ଗା, ଆଇସିସି ନେଇପାରେ କଠୋର ପଦକ୍ଷେପ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ୩୧୭ ରନରେ ବିଜୟୀ ହୋଇଛି। କିନ୍ତୁ ଭାରତୀୟ ଅଧିନାୟକ ବିରାଟ କୋହଲି ମୁସ୍କିଲ ସ୍ଥିତିରେ ପଡି ପାରନ୍ତି। ବିରାଟ କୋହଲି ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ପଡିଆରେ ଅମ୍ପାୟର ନୀତିନ ମେନନଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଜୋ ରୁଟଙ୍କ ବିରୋଧରେ ଡିଆରଏସ ନେବା ପରେ ଥାର୍ଡ ଅମ୍ପାୟର ଅମ୍ପାୟର୍ସ କଲ୍ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ ଏବଂ ରୁଟ୍ଙ୍କୁ ଜୀବନଦାନ ମିଳିଥିଲା।

ଏହା ପୂର୍ବରୁ ଦ୍ଵିତୀୟ ଇନିଂସରେ ବିରାଟ କୋହଲି ଏହି ପରି ଆଉଟ୍ ହୋଇଥିଲେ, ଯେଉଁ ବଲରେ ଅମ୍ପାୟର ମେନନ ରୁଟ୍ଙ୍କୁ ନଟ୍ଆଉଟ୍ ଦେଇଥିଲେ। ରିଭ୍ୟୁ ପରେ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଆସିବା ପରେ ବିରାଟ କୋହଲି ଅମ୍ପାୟରଙ୍କ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ବିରାଟ ଓ ମେନନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ଚାଲିଥିଲା। ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବା କିମ୍ବା ଏହି ପରି ଯୁକ୍ତି କରିବା ଆଇସିସି ଆଚାର ସଂହିତାର ଧାରା ୨.୮ ଅନ୍ତର୍ଗତରେ ଆସୁଛି। ଏହି ଅପରାଧରେ ଖେଳାଳିଙ୍କ ଉପରେ ଲେବଲ ୧ କିମ୍ବା ଲେବଲ ୨ର ଚାର୍ଜ ଲାଗିଥାଏ। ଏଥିପାଇଁ ଖେଳାଳିଙ୍କ ଖାତାରେ ଏକରୁ ଚାରି ଡିମୋରିଟ୍ ପଏଣ୍ଟ ଯୋଡାହୁଏ। ୨୪ ମାସ ଭିତରେ ଯଦି କୌଣସି ଖେଳାଳିଙ୍କ ଖାତାରେ ଚାରି ଡିମୋରିଟ୍ ପଏଣ୍ଟ ସାମିଲ ହୁଏ ତେବେ ଖେଲାଳିଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ଦିନିକିଆ କିମ୍ବା ଦୁଇଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚର ବାସନ୍ଦାଦେଶ ସମ୍ମୁଖୀନ ହେବାକୁ ପଡିଥାଏ। ଦେଖାଯାଉ ବିରାଟଙ୍କୁ କ’ଣ ଦଣ୍ଡ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.