ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: କେନାଲରୁ ଉଦ୍ଧାର ହେଲାଣି ୪୮ ମୃତଦେହ

ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ୍ କେନାଲ ମଧ୍ୟକୁ ଖସି ପଡ଼ିବାରୁ ପ୍ରାୟ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ୭ଜଣ ଯାତ୍ରୀ ପହଁରି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତେବେ ବସ୍ଟି ପାଣି ଭିତରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯିବାରୁ ଯାତ୍ରୀମାନେ ବାହାରିବା ସମ୍ଭବ ହୋଇପାରି ନଥିଲା। ଭାରସାମ୍ଯ ହରାଇ ବସଟି କେନାଲକୁ ପଡିଯାଇଥିବା ସୂଚନା ମିଳିଛି।

ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ବାଣସାଗର ଡ୍ୟାମର ଶାରଦା କେନାଲକୁ ଖସିପଡ଼ିଥିଲା। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ କମର୍ଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବସ୍ଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ଡାଇଭରମାନେ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବସ୍କୁ ଠାବ କରିଥିଲେ ଏବଂ ପରେ ତାକୁ କ୍ରେନ୍ ସହାୟତାରେ କୂଳକୁ ଅଣାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ୪୮ଟି ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨୫ ପୁରୁଷ, ୨୧ ମହିଳା ଓ ୨ ଜଣ ଶିଶୁ ଅଛନ୍ତି।

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରି ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.