Below header

ଫେଲ୍ ମାରିଲା ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଉଦ୍ୟମ, ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଲୁଟେରା

ଭୁବନେଶ୍ବର: ଧଉଳି ଥାନା ଅଧୀନ ଇନ୍ଦିରା କଲୋନୀ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ ବିଫଳ। ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଜଣେ ମହିଳାଙ୍କୁ ଟାର୍ଗେଟ କରି ସୁନାଚେନ ଝାମ୍ପି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଦୁଇ ଲୁଟେରା ନିର୍ଦ୍ଧୁମ ଛେଚା ଖାଇଥିଲେ ।

ତେବେ ଖବର ପାଇ ଧଉଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଲୁଟର ଶିକାର ହୋଇଥିବା ମହିଳା ଜଣକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଝିଅ ସହ ଘରଠାରୁ କିଛି ଦୂର ଇନ୍ଦିରାକଲୋନୀ ଛକକୁ କିଛି ଜିନିଷ କିଣିବାକୁ ଆସିଥିଲେ । ସାମଗ୍ରୀ କିଣିସାରି ଘରକୁ ଫେରଉଥିବା ବେଳେ ପଛରୁ ଦୁଇ ଜଣ ଯୁବକ ପିଛା କରି ସୁନାଚେନ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । ହେଲେ ଚେନ ଛିଣ୍ଡାଇବା ବେଳେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଯୁବକଙ୍କ ହାତକୁ ଖୁବ ଜୋରରେ ଧରି ପକାଇଥିଲେ । ଫଳରେ ସେମାନେ ବାଇକ ଉପରୁ ଛିଟିକିପଡ଼ି ଆହାତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.