ଦେଖନ୍ତୁ ମିସ୍ ଇଣ୍ଡିଆ ରନର-ଅପ୍ ମାନ୍ୟା ସିଂହଙ୍କ କିଛି ଭିଡିଓ, ଆଖିରେ ଆସିଯିବ ଲୁହ

ମିସ୍ ଇଣ୍ଡିଆ ୨୦୨୦ ରନର-ଅପ୍ ରହିଥିବା ମାନ୍ୟା ଓମ୍ ପ୍ରକାଶ ସିଂହଙ୍କ ସଂଘର୍ଷ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ। କାହିଁକିନା ଆପଣ ଏଥିରୁ ଜାଣିପାରିବେ ଯେ ଉଚ୍ଚଭିଳାଶ ଏବଂ ଲକ୍ଷ୍ୟ ଆଗରେ ଅଭାବ ବି ହାର୍ ମାନିଥାଏ। ଭିଏଲସିସି ମିସ୍ ଇଣ୍ଡିଆ ୨୦୨୦ର ରନର-ଅପ୍ ମୁକୁଟ ହାସଲ କରିଥିବା ମାନ୍ୟା ଜଣେ ଅଟୋ ଡ୍ରାଇଭରଙ୍କ ଝିଅ। ମାନ୍ୟାଙ୍କର ଏହି ସଂଘର୍ଷମୟ କାହାଣୀ ଜାଣିଲେ ଆପଣ ବି ଭାବବିହ୍ଵଳଳ ହୋଇଯିବେ।

manya singhମାନ୍ୟା ଏକ ଇଣ୍ଟରଭ୍ୟୁରେ କହିଥିଲେ – ‘ତୁ ଖୁଦ୍ କି ଖୋଜ ମେ ନିକଲ, ତୁ କିସ୍ ଲିଏ ହତାସ୍ ହେ, ତୁ ଚଲ ତେରେ ବଜୁଦ କୀ ସମୟ କୋ ଭି ତଲାସ ହେ।’ ନିକଟରେ ମାନ୍ୟା ଇନଷ୍ଟାଗ୍ରାମରେ କିଛି ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଆପଣଙ୍କ ହୃଦୟକୁ ଛୁଇଁନେବ। ଏଥିରେ ସେ ନିଜ ବାପା –ମାଆଙ୍କ ପାଦ ଛୁଇଁ ତାଙ୍କର ଲୁହ ପୋଛୁଥିବା ନଜର ଆସୁଛନ୍ତି।

manyaaଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଅଟୋ ଛିଡା ହୋଇଛି। ପାଖରେ ବହୁତ କ୍ୟାମେରା ମ୍ୟାନ୍ ରହିଛନ୍ତି। ଏହି ସମୟରେ ମାନ୍ୟା ନିଜ ମାଙ୍କ ପାଦ ଛୁଇଁ ଆଲିଙ୍ଗନ କରୁଛନ୍ତି। ଏହାପରେ ସେମାନେ ନିଜ ବାପାଙ୍କ ଲୁହ ପୋଛି ତାଙ୍କୁ ମଧ୍ୟ ଆଲିଙ୍ଗନ କରୁଛନ୍ତି। ଏହି ପୂରା ଦୃଶ୍ୟକୁ ଦେଖି ଅନେକ ଲୋକ ଭାବୁକ ହୋଇଯାଇଛନ୍ତି।

manyaଉତ୍ତରପ୍ରଦେଶର ଦେବରିୟାର ମାନ୍ୟା ସିଂହ ମାଙ୍କ ସହିତ ନିଜ ବାପାଙ୍କ ଅଟୋରେ ବସି ଏକ ସମ୍ମାନ ସମାରୋହରେ ପହଁଚିଲେ। ଯେଉଁଥିରେ ତାଙ୍କ ସମେତ ତାଙ୍କ ବାପା ମାଆଙ୍କୁ ସମ୍ମାନିତ କରାଗଲା। ତାଙ୍କ ବାପା ନିଜେ ଅଟୋ ଚଲା ସମାରୋହରେ ଯୋଗ ଦେଲେ।

 

View this post on Instagram

 

A post shared by Manya Singh (@manyasingh993)


ମାନ୍ୟା କୁହନ୍ତି, ‘ମୋ ବ୍ୟାକଗ୍ରାଉଣ୍ଡ ସବୁବେଳେ ମୋ ସାହସ ହୋଇ ରହିଛି। ଆମକୁ ସବୁବେଳେ ନିମ୍ନରୁ ଉଠିବା ଉଚିତ। ଆପଣ ଚାହିଁଲେ ଯେତେ ବି ଆକାଶକୁ ଛୁଅଁନ୍ତୁ। ଆପଣଙ୍କ ମୁଣ୍ଡ ଉଚ୍ଚା ରହିବା ଉଚିତ ଏବଂ ଆପଣଙ୍କ ପାଦ ଭୂମିରେ ରହିବା ଉଚିତ। ସନ୍ତୁଳନ ରହିବା ଆବଶ୍ୟକ।

 

View this post on Instagram

 

A post shared by Manya Singh (@manyasingh993)

Leave A Reply

Your email address will not be published.