ବାଲିଗୁଡା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ l ଘଟଣାସ୍ଥଳରେ ଦୁଇ ମୃତ ଓ ଜଣେ ଗୁରୁତର l ବାଲିଗୁଡା ଥାନା ଏନ. ଏଚ ୫୯ ଜାତୀୟ ରାଜପଥର ବାଟାଗୁଡା ନିକଟରେ ଘଟିଛି ଅଭାବନୀୟ ଘଟଣା l ବାଲିଗୁଡାରୁ କୁର୍ତମଗଡ଼ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ବାଇକ ପିଟିହୋଇ ଦୁର୍ଘଟଣା ଘଟିଛି l
ତେବେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି l କୁର୍ତ୍ତମଗଡ଼ ଦାନୁଙ୍ଗିଆ ଗାଁ ରୁବିନ ମାଝୀ ଓ ଅନ୍ୟ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅନନ୍ତ ମାଝୀଙ୍କୁ ବାଲିଗୁଡା ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭର୍ତି କରାଯାଇଛି l