ମାତ୍ର ୮୭ ଟଙ୍କାରେ ବିକିଦେଲେ ୧୩୫ କୋଠରୀ ବିଶିଷ୍ଟ ପୈତୃକ ମହଲ, କୋର୍ଟରେ ପୁଅ ବିରୋଧରେ କେସ୍‌ ଦେଲେ ବର୍ଲିନ ରାଜକୁମାର

ବର୍ଲିନରେ ଜଣେ ରାଜକୁମାରଙ୍କ ପୁଅ ୧୩୫ କୋଠରୀ ବିଶିଷ୍ଟ ତାଙ୍କ ପୈତୃକ ମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ, କିନ୍ତୁ ଘଟଣାଟି ସତ। ପୁଅ ଏହି ମହଲକୁ ବିକିଦେଇ ଥିବାରୁ ଏବେ ୬୬ ବର୍ଷୀୟ ରାଜକୁମାର ବାପା ୩୭ ବର୍ଷୀୟ ପୁଅ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଖବରରୁ ଜଣାପଡ଼ିଛି, ଜର୍ମାନ ସହର ହନୋବରର ରାଜକୁମାର ଅର୍ନଷ୍ଟ ଅଗଷ୍ଟ ୧୩୫ କୋଠରୀ ବିଶିଷ୍ଟ ନିଜ ମ୍ୟାରିନ୍‌ବର୍ଗ ମହଲକୁ ୨୦୦୦ ମସିହାରେ ପୁଅ ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ। ହେଲେ ପୁଅ ଅଗଷ୍ଟ ଜୁନିୟର ୨୦୧୮ ମସିହାରେ ଏହାକୁ ରିହାତି ଦରରେ ସରକାରଙ୍କୁ ବିକ୍ରି କରିଦେବାକୁ ଘୋଷଣା କରିଥିଲେ। ଏହାପରେ ସେ ମହଲକୁ ୧ ୟୁରୋ(ମାତ୍ର ୮୭ ଟଙ୍କା)ରେ ବିକି ଦେଇଥିଲେ।

ଅଗଷ୍ଟ ଜୁନିୟର କହିଛନ୍ତି, ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡ ଆବଶ୍ୟକ ଥିଲା ଏବଂ ଏହା ତାଙ୍କ ପାଖରେ ନ ଥିଲା। ପୁଅର ଏହି ନିଷ୍ପତ୍ତି ପରେ ଏବେ ଅର୍ନଷ୍ଟ ଅଗଷ୍ଟ ମହଲକୁ ବଞ୍ଚାଇବା ପାଇଁ ଆଇନର ସହାୟତା ନେଇଛନ୍ତି ଏବଂ ପୁଅ ବିରୋଧରେ ମାମଲା ଦାୟର କରିଛନ୍ତି।

ସେ କହିଛନ୍ତି, ପୁଅର ଏଭଳି ହରକତ ଯୋଗୁ ସେ ଅଷ୍ଟ୍ରିଆର ଏକ ଲଜ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ରୋଗାଗ୍ରସ୍ତ ଥିବା ସତ୍ତ୍ୱେ ତାଙ୍କୁ ଆର୍ଥିକ ସହାୟତା ମିଳୁନାହିଁ। କହି ରଖୁଛୁ, ମ୍ୟାରିନ୍‌ବର୍ଗ ମହଲର ନିର୍ମାଣ ୧୮୬୭ ମସିହାରେ ହୋଇଥିଲା। ଅର୍ନଷ୍ଟ ଅଗଷ୍ଟ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ଙ୍କ ଦୂର ସମ୍ପର୍କୀୟ ଦାଦାପୁଅ ଭାଇ।

Leave A Reply

Your email address will not be published.