ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ମାତ୍ର ପ୍ରେମିକକୁ ଦେଖି ସେଠାରେ ହିଁ ହୋଇଗଲେ ବାହା; ପରିବାର ଲୋକେ ଆଶ୍ଚର୍ଯ୍ୟ

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଇ ବିବାହ କଲେ ଛାତ୍ରୀ। ଏଭଳି ଅଦ୍ଭୁତ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବିହାରର କଠିହାରରେ। ଏଠାରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ନିଜ ପ୍ରେମିକକୁ ଭେଟିଥିଲା। ପରେ ସେ ପରୀକ୍ଷା ଦେବାକୁ ନ ଯାଇ ପ୍ରେମିକକୁ ଘଟଣାସ୍ଥଳରେ ହିଁ ବିବାହ କରିଛି। ଏନେଇ ପରବାର ଲୋକେ ବିରୋଧ କରିବାକୁ ବାଧ୍ୟ ହୋଇ ପୋଲିସକୁ ଡାକିବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ୪ ବର୍ଷ ତଳେ ଏକ ଅଜଣା ନମ୍ବରରୁ ନୀତିଶ ଓ ଗୌରୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରେ ଉଭୟେ ପ୍ରେମରେ ପଡ଼ିଥିଲେ। ତେବେ ମାଟ୍ରିକ ପରୀକ୍ଷା ଦେବାକୁ ଗୌରୀ ପରିଜନଙ୍କ ସହ ପହଞ୍ଚିବା ପରେ ସେଠାରେ ନୀତିଶଙ୍କୁ ଦେଖିଥିଲା। ପ୍ରେମିକକୁ ଦେଖି ସେ ସେଠାରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା। ଏ ନେଇ ପରିବାର ଲୋକେ ରାଜି ନ ହେବାରୁ ଗୌରୀ ସେଠାରେ କାନ୍ଦି ବୋବାଇ ପ୍ରବଳ ଡ୍ରାମା କରିଥିଲା। ଫଳରେ ବାଧ୍ୟ ହୋଇ ପୋଲିସକୁ ଡାକିବାକୁ ପଡ଼ିଥିଲା।

student2
Image Credit: aaj tak

ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଯାଇଥିଲା। ମାତ୍ର ସେଠାରେ ବି ଗୌରୀ କିଛି ଶୁଣିବାକୁ ନାରାଜ ଥିଲା। ଉଭୟ ଯୁବକ ଓ ଯୁବତୀ ନାବାଳିକ ହୋଇଥିବାରୁ ବାଧ୍ୟ ହୋଇ ପୋଲିସ ସ୍ଥାନୀୟ ମନ୍ଦିରରେ ଉଭୟଙ୍କ ବିବାହ କରାଇଥିଲା। ତେବେ ଏହି ବିବାହ ପରେ ଉଭୟ ଗୌରୀ ଓ ନୀତିଶକୁ ତାଙ୍କ ପରିବାର ଲୋକେ ଆପଣାଇବାକୁ ମନା କରି ଦେଇଛନ୍ତି। ଫଳରେ ଏବେ ସେମାନେ ରାସ୍ତାକୁ ଚାଲିଆସିଛନ୍ତି। ଏନେଇ ଗୌରୀ କହିଛନ୍ତି ମୁଁ ଏବର୍ଷ ପରୀକ୍ଷା ଦେଇପାରିନଥିବାରୁ ଖୁବ୍‌ ଦୁଃଖୀ। ଆସନ୍ତାବର୍ଷ ମୁଁ ମାଟ୍ରିକ୍‌ ପରୀକ୍ଷା ଦେବି। ଏବେ ଆମେ ପରିବାର ଲୋକଙ୍କୁ ମନାଇବାକୁ ଚେଷ୍ଟା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.