ଅପେକ୍ଷାର ଅନ୍ତ, ରଣବୀର ସିଂଙ୍କ ଫିଲ୍ମ ‘୮୩’ ଏହିଦିନ ହେବାକୁ ଯାଉଛି ରିଲିଜ୍‌, ତାରିଖ ଘୋଷଣା କଲେ ନିର୍ଦ୍ଦେଶକ

ନିକଟରେ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍‌ ବଟମ୍‌’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିବା ପରେ ଏବେ ଆଉ ଏକ ବଡ଼ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରାଯାଇଛି। ୨୦୨୦ରେ ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମଗୁଡ଼ିକ ମଧ୍ୟରୁ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌ ଡେଟ୍‌ ଆସିଯାଇଛି। କ୍ରିକେଟ ଉପରେ ପର୍ଯ୍ୟବସିତ ଏହି ଫିଲ୍ମକୁ ଆସନ୍ତା ଜୁନ୍‌ ୪ରେ ରିଲିଜ୍‌ କରାଯିବ।

ଫିଲ୍ମ ନିର୍ଦ୍ଦେଶକ କବୀର ଖାନ୍‌ ଇନ୍‌ଷ୍ଟାଗ୍ରାମ ଜରିଆରେ ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି ଏବଂ ଫ୍ୟାନ୍‌ମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ଲେଖିଛନ୍ତି, ‘ସିନେମାରେ ଆପଣ ସମସ୍ତଙ୍କୁ ଭେଟିବା। ୪ ଜୁନ୍‌, ୨୦୨୧ରେ ଫିଲ୍ମ ‘୮୩’ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲୟାଲମ୍‌ ଭାଷାରେ ରିଲିଜ୍‌ କରାଯିବ।’

କହି ରଖୁଛୁ, ଫିଲ୍ମର ରିଲିଜ୍‌କୁ ନେଇ ଲମ୍ବା ସମୟ ଧରି ଅପେକ୍ଷା ରହିଥିଲା। ଏହି ଫିଲ୍ମକୁ ଭାରତୀୟ କ୍ରିକେଟ ଟିମ୍‌ ଦ୍ୱାରା ୧୯୮୩ରେ ଜିତାଯାଇଥିବା ଓ୍ଵାର୍ଲ୍ଡକପ୍‌ ଟ୍ରଫିକୁ ନଜରରେ ରଖି ନିର୍ମାଣ କରାଯାଇଛି। ଏଥିରେ ରଣବୀର ସିଂ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ। ସେହିପରି ଦୀପିକା ପାଦୁକୋନ କପିଲ ଦେବଙ୍କ ସ୍ତ୍ରୀଙ୍କ ରୋଲ୍‌ ପ୍ଲେ କରିବେ। ବିବାହ ପରେ ଦୀପିକା ଓ ରଣବୀର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Kabir Khan (@kabirkhankk)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.