Below header

ମକା ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ବସ୍ତା ବସ୍ତା ଗଞ୍ଜେଇ, ୪ଜଣଙ୍କୁ ଅଟକ ରଖିଛି ପୋଲିସ

ରାୟଗଡ଼ା(କେ ନ୍ୟୁଜ):  ଚାଲାଣ ହେଉଥିବା ୩୮ ବସ୍ତା ଗଞ୍ଜେଇ ଜବତ। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ପୋଲିସ ଜବତ କରିଛି ଗଞ୍ଜେଇ। ଏକ ମକା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି। ବିଷମକଟକ ଥାନାର ସାହାଡ଼ା ପଞ୍ଚାୟତ ନିକଟରେ ପୋଲିସ ମକା ବୋଝେଇ ଟ୍ରକକୁ ଯାଞ୍ଚ କରିଥିଲା।

ଟ୍ରକରେ ଏକ ବାକ୍ସ ମଧ୍ୟରେ ୩୮ବସ୍ତା ଗଞ୍ଜେଇ ରହିଥିଲା। ଏଥିରେ ସମ୍ପୃକ୍ତ ଥିବା ୪ଜଣକୁ ଥାନାରେ ଅଟକ ରଖାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.