ଆମେରିକା: ୨୪୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଇଞ୍ଜିନ୍‌ରେ ଲାଗିଗଲା ଭୟଙ୍କର ନିଆଁ, ଆବାସିକ ଅଞ୍ଚଳରେ ଖସି ପଡ଼ିଲା ବଡ଼ ବଡ଼ ଖଣ୍ଡ

ଆମେରିକାର ୟୁନାଇଟେଡ୍‌ ଏୟାରଲାଇନ୍ସ ବିମାନ(Flight UA 328)ର ଏକ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ଫ୍ଲାଇଟ୍‌ ପାଖାପାଖି ୧୫ ହଜାର ଫୁଟ ଉଚ୍ଚରେ ଉଡ଼ୁଥିଲା। ଏହି ଦୁର୍ଘଟଣାରେ Boeing 77 ବିମାନର ବଡ଼ ବଡ଼ ଖଣ୍ଡ ରେସିଡେନ୍ସିଆଲ୍‌ ଏରିଆରେ ଖସି ପଡ଼ିଥିଲା। ଯଦିଓ ବିମାନର ଜରୁରିକାଳୀନ ଅବତରଣା ସୁରକ୍ଷିତ ଭାବେ କରାଯାଇ ପାରିଛି।

ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ସମସ୍ତ ବିମାନ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ବିମାନର ଭଗ୍ନାବଶେଷ ଯେଉଁ ଅଞ୍ଚଳରେ ଖସିଛି, ସେଠି ମଧ୍ୟ କୌଣସି କ୍ଷୟକ୍ଷତି ହୋଇନି। ତେବେ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଯିବା କାରଣରୁ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିଛି ଯାତ୍ରୀଙ୍କ କହିବା ହେଲା, ନିଆଁ ଲାଗିବା ପରେ ବିମାନ ଭିତରେ ଗରମ ଅନୁଭବ ହୋଇଥିଲା। ୟୁନାଇଟେଡ୍‌ ଏୟାରଲାଇନ୍ସର ଏହି ବିମାନ ଆମେରିକାର ଡେନଓ୍ଵରରୁ ଉଡ଼ାଣ ଭରି ହଓ୍ଵାଇ ଯିବାର ଥିଲା।

ଉଡ଼ାଣ ଭରିବାର କିଛି ସମୟ ପରେ ଇଞ୍ଜିନରେ ଏହି ବିସ୍ଫୋରଣ ଘଟିଥିଲା। ଏହାପରେ ଇମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ଏବଂ ବିମାନକୁ ଡେନ୍‌ଓ୍ଵର ଫେରାଇ ଦିଆଯାଇଥିଲା। ଏହି ଦୁର୍ଘଟଣା ଶନିବାର ଦ୍ୱିପ୍ରହର ସମୟରେ ଘଟିଥିଲା। ଫ୍ଲାଇଟ୍‌ରେ ମୋଟ ୨୪୧ ଜଣ ଯାତ୍ରୀ ଏବଂ ୧୦ ଜଣ କ୍ରୁ ମେମ୍ବର ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.