ମଥୁରା: ଯମୁନା ଏକ୍ସପ୍ରେସ ୱେରେ କାରକୁ ଧକ୍କା ଦେଲା ଟ୍ଯାଙ୍କର, ୭ ମୃତ

ମଥୁରା : ଉତ୍ତରପ୍ରଦେଶ ମଥୁରା ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନୈନିହାଲ ଥାନା ଅଧିନରେ ଥିବା କାରକୁ ଧକ୍କା ଦେଇ ଓଲଟିପଡିଲା ଡିଜେଲ୍ ଟ୍ୟାଙ୍କର। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଆଗ୍ରାରୁ ନୋଏଡ଼ାକୁ ଏକ ଇନୋଭା କାର୍ ଯାଉଥିଲା । ଅପର ପକ୍ଷରୁ ମାଇଲଷ୍ଟୋନ୍ ୬୮ ନିକଟରେ ଏକ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସୁଥିଲା । ଟ୍ୟାଙ୍କରଟି ଅନିୟନ୍ତ୍ରିତ ହୋଇ ଅନ୍ୟପଟୁ ଆସୁଥିବା କାରକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କି ଇନୋଭା ଗାଡିରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଶବ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.