ଭୁବନେଶ୍ୱର(କେ ନ୍ୟୁଜ): ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ତାଲିକା | ମେ ୧୮ ରୁ ଆରମ୍ଭ ହୋଇ ଜୁନ ୧୨ ଯାଏଁ ଚାଲିବ | ଏଥର ପ୍ରଥମ ଦିନ ଫିଜିକ୍ସ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦଶ | ମେ ୨୮ରୁ ଧନ୍ଦା ମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାଯାଇଛି |
ସୂଚନା ଦେବା ଯୋଗ୍ୟ ଯେ, କୋଭିଡ ପାଇଁ ଚଳିତ ଥର ଯୁକ୍ତ ଦୁଇ ସମେତ ଅନ୍ୟ ସମସ୍ତ ପରୀକ୍ଷାକୁ ଧାର୍ଯ୍ୟ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା | ଫଳରେ ମାର୍ଚ୍ଚ ବଦଳରେ ମେ ମାସରେ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି |