କଟକ: ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

କଟକ(କେନ୍ୟୁଜ୍):  ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍‌। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋଟି ଜଗତସିଂହପୁରରୁ କଟକ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

ଉତ୍ୟକ୍ତ ଲୋକେ ବସ୍‌ଉପରକୁ ଟେକା ପଥର ମାଡ କରିଥିଲେ। କିଛି ସମୟ ଧରି ରାସ୍ତାରୋକ କରିଥିଲେ। ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏନେଇ ଏକ ମାମଲା ରୁଜୁ କରିଛି ପୋଲିସ।

Leave A Reply

Your email address will not be published.