ଇସ୍ରୋ ସଫଳତାପୂର୍ବକ ଲଞ୍ଚ କଲା ଆମାଜୋନିଆ-୧, ମହାକାଶକୁ ପଠାଗଲା ଭଗବତ୍ ଗୀତା

ଆତ୍ମନିର୍ଭର ଭାରତ ଦିଗରେ ଆଜି ଐତିହାସିକ ଦିନ। ଇସ୍ରୋ ପକ୍ଷରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ପଠାଯାଇଛି । ଇସ୍ରୋ ସଫଳତାପୂର୍ବକ ଲଞ୍ଚ କଲା ଆମାଜୋନିଆ -୧। ଏହାଦ୍ୱାରା ବ୍ରାଜିଲର ଆମାଜୋନିଆ-୧ ଉପଗ୍ରହ ସହ ୧୮ଟି ଅନ୍ୟ ଉପଗ୍ରହ ମଧ୍ୟ ମହାକାଶକୁ ପଠାଯାଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ୧୦ଟା ୨୪ରେ ସାଟେଲାଇଟ୍ ଲଞ୍ଚ କରାଯାଇଛି ।

ପିଏସଏଲଭି-ସି୫୧((PSLV-C51) )ଏସଏଲଭିର ୫୩ ତମ ମିଶନ୍। ଏହି ରକେଯ ଜରିଆରେ ବ୍ରାଜିଲର ଆମାଜୋନିଆ–୧ ଉପଗ୍ରହ ସହିତ ୧୮ଟି ଅନ୍ୟ ଉପଗ୍ରହ ମହାକାଶକୁ ପଠାଇଛି। ଏହି ସାଟେଲାଇଟ୍ ଚେନ୍ନାଇର ସ୍ପେସ୍ କିଡଜ୍ ଇଣ୍ଡିଆ(ଏସକେଆଇ)ର ସତୀଶ ଧବନ ଏସଏଟି(ଏସଡି ଏସଏଟି)ରେ ସାମିଲ କରାଯାଇଛି। ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ଯାଇଛି। ଏହି ଉପଗ୍ରହ ଏସ୍‌ଡି କାର୍ଡ ଆକାରରେ ପ୍ରସ୍ତୁତ ଭଗବତ୍ ଗୀତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ମହାକାଶକୁ ନେଇଛି ।

୬୩୭ କିଲୋଗ୍ରାମ ଓଜନର ନିର୍ମିତ ଆମାଜୋନିଆ-୧ ବ୍ରାଜିଲର ପ୍ରଥମ ଉପଗ୍ରହ। ଯାହାକୁ ଭାରତ ପ୍ରତିକ୍ଷେପଣ କରିଛି। ଏହା ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (INPI) ଅପ୍ଟିକାଲ ପ୍‌ଥ୍ବୀ ଅବଲୋକନ ଉପଗ୍ରହ।