ସମ୍ବଲପୁର: ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର ଓ ଦୁଇ ଜେଲ କର୍ମଚାରୀ ଆହତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରେ ଘଟିଛି ବିରଳ ଘଟଣା । ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର(Jailor)ଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ । ଗତ ରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ, ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର (jailor) ଆଲୋକ କର ଓ ଜେଲର ଅନ୍ୟ ଜଣେ କର୍ମଚାରୀଙ୍କୁ ମୁଥ ମାରି ମୁହଁ ଫଟାଇ ଦେଇଥିଲେ । ଜେଲର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ନିଶାସକ୍ତ ୱାର୍ଡରକୁ କାବୁ କରାଯିବା ସହ ଧନୁପାଲି ପୋଲିସକୁ ଖବର ଦିଆଯାଇଥିଲା ।

ଧନୁପାଲି ପୋଲିସ ଜେଲରେ ପହଂଚି ୱାର୍ଡରକୁ ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ସମ୍ବଲପୁର ସର୍କଲ ଜେଲରେ ୯୦୦ ପାଖାପାଖି କୁଖ୍ୟାତ ଅପରାଧୀ ରୁହନ୍ତି । ଏଭଳି ସ୍ଥିତିରେ ଜେଲ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରିବା ଓ ନିଜ ନିଜ ମଧ୍ୟରେ  ମାଡ଼ପିଟ ହେବା ଦ୍ବାରା  ଜେଲ ପରିବେଶ କେତେ ସୁରକ୍ଷିତ ତାହାକୁ ନେଇ  ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.