ଭାରତୀୟ ଫ୍ଯାନଙ୍କୁ ଝଟକା, ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ
ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜରେ ମଇଦାନକୁ ଦର୍ଶକଙ୍କୁ ଆସିବା ପାଇଁ ଅନୁମତି ମିଳିନାହିଁ। ଖବର ମୁତାବକ, ମହାରାଷ୍ଟ୍ର ସରକାର ଅନୁମତି ପ୍ରଦାନ କରିବା ପରେ ଦିନିକିଆ ସିରିଜକୁ ଗ୍ରୀନ୍ ସିଗନାଲ ମିଳିଛି। ଦିନିକିଆ ସିରିଜର ସମସ୍ତ ମ୍ୟାଚ୍ ପୁଣେରେ ଖେଳାଯିବ ବୋଲି ଜଣାପଡିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣିଥରେ ବଢ଼ୁଥିବାରୁ ଏହାକୁ ନଜରରେ ରଖି ବିନା ଦର୍ଶକରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
Ind vs Eng: ODI series to be played behind closed doors
Read @ANI Story | https://t.co/QxIs7ggQYG pic.twitter.com/h4zEWooR4M
— ANI Digital (@ani_digital) February 27, 2021
ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୨୩, ଦ୍ବିତୀୟ ମ୍ୟାଚ୍ ୨୬ ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବ। ଦିନିକିଆ ସିରିଜ ପୂର୍ବରୁ ଦୁଇ ଦଳ ମଧ୍ୟରେ ନମୋ ଷ୍ଟାଡିୟମରେ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ।