ବର୍ତ୍ତମାନ ସମୟରେ ଆଧାରକାର୍ଡ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ଏହା ଦ୍ୱାରା ସମସ୍ତ ସରକାରୀ ଓ ପ୍ରାଇଭେର୍ଟ ସଂସ୍ଥାର ସୁବିଧାର ଲାଭ ଉଠାଇ ହେବ। ଏବେ ନିକଟରେ UIDAI ଟ୍ଵିଟରରେ ଏକ ନୋଟିଫିକେସନ୍ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆଧାରକାର୍ଡ ଏବେ ନବଜାତ ଶିଶୁଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଯଦି ଆପଣଙ୍କ ପିଲାକୁ କେବଳ ୧ ବର୍ଷ ତେବେ ତା’ ପାଇଁ ମଧ୍ୟ ଆଧାରକାର୍ଡ ତିଆରି କରିବା ଜରୁରୀ। ଏହାକୁ ବାଲ୍ ଆଧାର କାର୍ଡ ବୋଲି କୁହାଯାଉଛି।
ନିକଟରେ UIDAI ଟ୍ଵିଟ୍ କରି ଲୋକଙ୍କୁ ସୂଚନା ଦେଇଛି ଯେ ଏବେ ଆପଣ ନିଜ ୧ ଦିନକ ପିଲାର ବି ଆଧାର କାର୍ଡ ତିଆରି କରିପାରିବେ। ଏଥିପାଇଁ ପିଲାର ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ। ଏଥିସହ ମାତାପିତାଙ୍କ ଆଧାର କାର୍ଡ ମଧ୍ୟ ଦରକାର।
#AadhaarForMyChild
Everyone can enroll for Aadhaar – even a newborn child. All you need is the child’s birth certificate and #Aadhaar of one of the parents. Book an appointment from https://t.co/bn84FITjmx#KidsAadhaar #BaalAadhaar #Identity #Appointment pic.twitter.com/4Q8yXBhKKV— Aadhaar (@UIDAI) February 22, 2021
ଏମିତି ତିଆରି କରିବେ ପିଲାଙ୍କ ପାଇଁ ଆଧାର କାର୍ଡ:
ପିଲାଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ପ୍ରଥମେ UIDAI ର ଅଫିସିଆଲ ୱେବ୍ସାଇଟ୍କୁ ଯାଆନ୍ତୁ।
ଏହା ପରେ ଆଧାର ରେଜିଷ୍ଟ୍ରେସନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଆପ୍ଲାଏ ଫର୍ମରେ ପିଲାର ନାଁ ରେଜିଷ୍ଟର କରନ୍ତୁ।
ଏହା ପରେ ଏବେ ନିଜ ମୋବାଇଲ ନମ୍ବର ଓ ଇମେଲ ମଧ୍ୟ ରେଜିଷ୍ଟର କରନ୍ତୁ।
ଏହା ପରେ ଆଧାର କେନ୍ଦ୍ରକୁ ଯାଇ ଆପଏଣ୍ଟମେଣ୍ଟ ନିଅନ୍ତୁ।
ଯେଉଁ ତାରିଖ ମିଳିଥିବ, ସେହିଦିନ ଆବଶ୍ୟକୀୟ ଦସ୍ତାବିଜ୍ ନେଇ ଜମା କରନ୍ତୁ।
କାଗଜପତ୍ର ଭେରିଫାଏ ହେବା ପରେ ପିଲା ପାଇଁ ଆଧାର କାର୍ଡ ଜାରି କରାଯିବ।