୬୦ ଘଣ୍ଟାର ବ୍ୟାଟେରୀ ବ୍ୟାକ୍ଅପ୍ ସହ ଭାରତରେ ଲଞ୍ଚ୍ ହେଲା Gionee Max Pro
ଜିଓନି ନିଜ ନୂଆ ତଥା ବଜେଟ୍ ସ୍ମାର୍ଟଫୋନ୍ Gionee Max Proକୁ ଭାରତରେ ଲଞ୍ଚ୍ କରିଛି। କମ୍ ଦାମ୍ରେ ଅଧିକ ଫିଚର ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଫୋନ୍ ସବୁଠୁ ଭଲ ବିକଳ୍ପ। ଏହା ଏକ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍। ଫୋନ୍ରେ ୬୦୦୦ mAh ର ବଡ଼ ବ୍ୟାଟେରୀ ସହ ୬.୫୨ ଇଞ୍ଚ୍ର ବଡ଼ ଡିସ୍ପ୍ଲେ ଦିଆଯାଇଛି। ଫଳରେ ୬୦ ଘଣ୍ଟାର ବ୍ୟାଟେରୀ ବ୍ୟାକ୍ଅପ୍ ମିଳିବ।
Gionee Max Pro କୁ ଫ୍ଲିପ୍କାର୍ଟରେ ଲଞ୍ଚ୍ କରାଯାଇଛି। ମାର୍ଚ୍ଚ ୮ରୁ ଏହାର ବିକ୍ରି ଆରମ୍ଭ ହେବ। Gionee Max Pro ର ଦାମ୍ ରହିଛି ୬,୯୯୯ ଟଙ୍କା। ଏଥିରେ ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ ମିଳିବ। ଏହାର ମେମୋରୀକୁ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ। ଏହି ଫୋନ୍ ବ୍ଲୁ, ବ୍ଲାକ୍ ଓ ରେଡ୍ କଲରରେ ଉପଲବ୍ଧ ହେବ।
Gionee Max Pro ରେ ଆଣ୍ଡ୍ରଏଡ୍ ୧୦ ଦିଆଯାଇଛି। ଏହା ବ୍ୟତୀତ ଏଥିରେ ୬.୫୨ ଇଞ୍ଚ୍ର ଏଚ୍ଡି+ ଡିସ୍ପ୍ଲେ ରହିଛି, ଯାହାର ରିଜଲ୍ୟୁସନ୍ ରହିଛି ୭୨୦X୧୫୬୦ ପିକ୍ସେଲ। ଫୋନ୍ରେ Unisoc 9863A ପ୍ରୋସେସର ଦିଆଯାଇଛି। ଫୋନ୍ରେ ଡୁଆଲ ରିୟର କ୍ୟାମେରା ସେଟ୍ଅପ୍ ରହିଛି। ଏହାର ମେନ୍ ଲେନ୍ସ ୧୩ ମେଗାପିକ୍ସେଲର ଥିବା ବେଳେ ଅନ୍ୟଟି ୨ ମେଗାପିକ୍ସେଲର। ଫୋନ୍ରେ ସେଲ୍ଫି ପାଇଁ ୮ ମେଗାପିକ୍ସେଲର କ୍ୟାମେରା ରହିଛି।