Below header

ଏବେ ଦିନକର ଛୁଆର ବି ହେବ ଆଧାର କାର୍ଡ, ଜାଣନ୍ତୁ କେମିତି କରିବେ ଅନ୍‌ଲାଇନ୍‌ ଆବେଦନ

ବର୍ତ୍ତମାନ ସମୟରେ ଆଧାରକାର୍ଡ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ଏହା ଦ୍ୱାରା ସମସ୍ତ ସରକାରୀ ଓ ପ୍ରାଇଭେର୍ଟ ସଂସ୍ଥାର ସୁବିଧାର ଲାଭ ଉଠାଇ ହେବ। ଏବେ ନିକଟରେ UIDAI ଟ୍ଵିଟରରେ ଏକ ନୋଟିଫିକେସନ୍‌ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆଧାରକାର୍ଡ ଏବେ ନବଜାତ ଶିଶୁଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଯଦି ଆପଣଙ୍କ ପିଲାକୁ କେବଳ ୧ ବର୍ଷ ତେବେ ତା’ ପାଇଁ ମଧ୍ୟ ଆଧାରକାର୍ଡ ତିଆରି କରିବା ଜରୁରୀ। ଏହାକୁ ବାଲ୍‌ ଆଧାର କାର୍ଡ ବୋଲି କୁହାଯାଉଛି।

ନିକଟରେ UIDAI  ଟ୍ଵିଟ୍‌ କରି ଲୋକଙ୍କୁ ସୂଚନା ଦେଇଛି ଯେ ଏବେ ଆପଣ ନିଜ ୧ ଦିନକ ପିଲାର ବି ଆଧାର କାର୍ଡ ତିଆରି କରିପାରିବେ। ଏଥିପାଇଁ ପିଲାର ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ। ଏଥିସହ ମାତାପିତାଙ୍କ ଆଧାର କାର୍ଡ ମଧ୍ୟ ଦରକାର।

ଏମିତି ତିଆରି କରିବେ ପିଲାଙ୍କ ପାଇଁ ଆଧାର କାର୍ଡ:

ପିଲାଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ପ୍ରଥମେ UIDAI ର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଆନ୍ତୁ।
ଏହା ପରେ ଆଧାର ରେଜିଷ୍ଟ୍ରେସନ୍‌ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
ଆପ୍ଲାଏ ଫର୍ମରେ ପିଲାର ନାଁ ରେଜିଷ୍ଟର କରନ୍ତୁ।
ଏହା ପରେ ଏବେ ନିଜ ମୋବାଇଲ ନମ୍ବର ଓ ଇମେଲ ମଧ୍ୟ ରେଜିଷ୍ଟର କରନ୍ତୁ।
ଏହା ପରେ ଆଧାର କେନ୍ଦ୍ରକୁ ଯାଇ ଆପଏଣ୍ଟମେଣ୍ଟ ନିଅନ୍ତୁ।
ଯେଉଁ ତାରିଖ ମିଳିଥିବ, ସେହିଦିନ ଆବଶ୍ୟକୀୟ ଦସ୍ତାବିଜ୍‌ ନେଇ ଜମା କରନ୍ତୁ।
କାଗଜପତ୍ର ଭେରିଫାଏ ହେବା ପରେ ପିଲା ପାଇଁ ଆଧାର କାର୍ଡ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.