Below header

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମମାଲା : ଟିଆଇ ପରେଡ ପାଇଁ ଆବେଦନ କଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ

ଭୁବନେଶ୍ବର (କେନ୍ୟୁଜ) : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମମାଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ଆବେଦନ । ଭୁବନେଶ୍ୱର ସ୍ପେଶାଲ ସିବିଆଇ କୋର୍ଟରେ ଆବେଦନ କରାଯାଇଛି । ସିବିଆଇ କୋଲକାତା ପକ୍ଷରୁ ବିବନର ଟିଆଇ ପରେଡ ପାଇଁ ଆବେଦନ ହୋଇଛି । ଅଭିଯୁକ୍ତର ୩ ଦିନିଆ ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରିଛି ସିବିଆଇ । ଏହାପୂର୍ବରୁ କୋଲକାତାରୁ ଆସିଥିବା ସିବିଆଇ ଏସ୍‌ପି ଗତକାଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟିଥିଲେ । ବିବନର ଗିରଫଦାରୀ ଓ ପରବର୍ତ୍ତୀ ପଦକ୍ଷେପ ବାବଦରେ ଆଲୋଚନା କରିଥିଲେ ।

ବିବନକୁ ରିମାଣ୍ଡରେ ନେବା ପରେ କ୍ରାଇମ ସିନ୍ ରି-କ୍ରିଏସନ୍ ସହ ଅନେକ ରହସ୍ୟର ଖିଅ ଖୋଜିବ ସିବିଆଇ । କିପରି ଓଡ଼ିଶା ଛାଡ଼ି ଚମ୍ପଟ ମାରିଥିଲା? ଫେରାର୍ ହେବାରେ କିଏ କରିଥିଲେ ସହଯୋଗ? ବିବନ ରାଜ୍ୟ ବାହାରେ ଆତ୍ମଗୋପନ କରାଇବାରେ କେଉଁମାନଙ୍କର ସଂପୃକ୍ତି ରହିଛି? ଗତ ୨୨ ବର୍ଷ ଭିତରେ କେଉଁ କେଉଁ ସ୍ଥାନରେ ଲୁଚିଥିଲା ବିବନ? ଗୋଟି ଗୋଟି ସତ ବିବନ ମୁହଁରୁ ବାହାର କରିବ ସିବିଆଇ । ପୂର୍ବରୁ ଗତ ୨୨ ତାରିଖରେ ପୁଣେ ନିକଟ ଆମ୍ବିଭାଲିରୁ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ ପୋଲିସ । ବିବନ ଗିରଫ ପରେ ଏବେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.