Below header

ନିଆରା ଉପଲବ୍ଧି: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଋତ୍ତ୍ୱିକା ଶ୍ରୀ ଚଢ଼ିଲେ ମାଉଣ୍ଟ କିଲିମଞ୍ଜାରୋ, ରଚିଲେ ଏହି ଇତିହାସ

ଆନ୍ଧ୍ର ପ୍ରଦେଶ ଗ୍ରାମାଞ୍ଚଳର ୯ ବର୍ଷର ଜଣେ ବାଳିକା ନିଆରା ଉପଲବ୍ଧି ହାସଲ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ବାଳିକା ତାଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋକୁ ଜିତିଛନ୍ତି। ଏହା ଆଫ୍ରିକୀୟ ମହାଦ୍ୱୀପର ସବୁଠୁ ଉଚ୍ଚ ପର୍ବତ ଶିଖର। ଅନନ୍ତପୁରରେ ରହୁଥିବା ଋତ୍ତ୍ୱିକା ଶ୍ରୀ ଏହି ବିଜୟ ହାସଲ କରିବାରେ ଏସିଆର ସବୁଠୁ କମ୍‌ ବୟସ୍କ ବାଳିକା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସେହିପରି ବିଶ୍ୱରେ ଋତ୍ତ୍ୱିକା ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ମାଉଣ୍ଟ କିଲିମଞ୍ଜାରୋକୁ ଜିତିବା ସମୟରେ ଋତ୍ତ୍ୱିକାଙ୍କ ବାପା ଗାଇଡ୍‌ ଭାବେ ତାଙ୍କ ସହିତ ଉପସ୍ଥିତ ଥିଲେ। ଋତ୍ତ୍ୱିକା ସମୁଦ୍ର ପତ୍ତନଠାରୁ ୫,୬୮୧ ମିଟର ଉଚ୍ଚତା ଉପରେ ଗିଲ୍‌ମନ୍ସ ପଏଣ୍ଟ ପର୍ଯ୍ୟନ୍ତ ଚଢ଼ିଥିଲେ। ତାଙ୍କ ବାପା ଜଣେ କ୍ରିକେଟ କୋଚ୍‌ ସାଙ୍ଗକୁ ସ୍ପୋର୍ଟସ୍‌ କୋଅର୍ଡିନେଟର ଅଛନ୍ତି।

ଋତ୍ତ୍ୱିକା ତେଲେଙ୍ଗାନାରେ ଭୋଙ୍ଗିର୍‌ ରକ୍‌ କ୍ଲାଇମ୍ବିଂ ସ୍କୁଲରେ ପ୍ରାରମ୍ଭିକ ତାଲିମ୍‌ ଗ୍ରହଣ କରିଥିଲେ। ଏହାପରେ ଲଦାଖରେ ଲେବଲ୍‌ ୨ ଟ୍ରେନିଂ ନେଇଥିଲେ। ଅନନ୍ତପୁରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଗନ୍ଧମ୍‌ ଚନ୍ଦ୍ରଡୁ ଏକ ଟ୍ଵିଟ୍‌ରେ ଏହି ଉପଲବ୍ଧି ପାଇଁ ଋତ୍ତ୍ୱିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ତୁମେ ଅନେକ ସମସ୍ୟା ସତ୍ତ୍ୱେ ସୁଯୋଗ ହାସଲ କରିଛ। ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇ ଚାଲ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.