ଚନ୍ଦ୍ରରେ ତୋଳିବେ ଘର ଏହି କଳାକାର !

ମୁମ୍ବାଇ : ଟେଲିଭିଜନରୁ ଅଭିନୟ ଆରମ୍ଭ କରି ବଲିଉଡ଼ରେ ଧମାଲ ମଚାଇଥିବା ସୁଶାଂତ ସିଂହ ରାଜପୁତ ପୁଣିଥରେ ଚର୍ଚ୍ଚାରେ। କଥା କଣ କି ଚନ୍ଦ୍ରରେ ଘର ତୋଳିବା ପାଇଁ ଜାଗା କିଣିଥିବା ସୁଶାନ୍ତ ହେଉଛନ୍ତି ବଲିଉଡରେ ପ୍ରଥମ ଅଭିନେତା । ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ , ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ଏହି କଥା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହା ସାରା ଦୁନିଆ ସହ ବଲିଉଡ଼ରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଦେଖିବାକୁ ଗଲେ ବଲିଉଡ ବହୁତ ବଡ଼ ବଡ଼ କଳାକାର ସୁଶାନ୍ତଙ୍କ ଠାରୁ ବହୁତ ପଛରେ ପଡ଼ିଯାଇଛନ୍ତି। ସୁଶାନ୍ତ ଏଇ ଜମି ‘ସି ଅଫ୍ ମସକୌବି’ଦ୍ବାରା କିଣିଛନ୍ତି। ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଏହାକୁ ନଜର ରଖିବା ପାଇଁ ସେ ଏକ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ କିଣିଛନ୍ତି। ଆପଣଙ୍କୁ ଜଣାଇଦେଉ କି ଅଭିନେତାଙ୍କ ଜମି ପୃଥିବୀଠାରୁ ବହୁ ଦୂରରେ ଯାହା ଅନୁମାନ ବାହାରେ। ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି କି ’ମୋ ମାଁ କହୁଥିଲେ ମୋ କାହାଣୀ ଏମିତି ହେବ, ଦୁନିଆକୁ ମୁଁ ନିଜେ କହିବି। ମୁଁ କେବଳ ସେୟା କରୁଛି। ବର୍ତ୍ତମାନ ମୁଁ ଚନ୍ଦ୍ରରେ। ସୁଶାନ୍ତ ଏଇ ଜମିକୁ ଇଣ୍ଟରନେସନାଲ ଚନ୍ଦ୍ରଭୂମି ରେଜିଷ୍ଟ୍ରିରୁ କିଣିଛନ୍ତି। ଏଇ ହିସାବରେ ସୁଶାନ୍ତ କେବଳ ଜଣେ ବଲିଉଡ ଅଭିନେତା ଯିଏ ଚନ୍ଦ୍ରରେ ଜମି କିଣିଛନ୍ତି।

ଏହା ପୂର୍ବରୁ ବଲିଉଡ କିଙ୍ଗ୍ ଖାନ୍ ମଧ୍ୟ ଚନ୍ଦ୍ରଭୂମିର ମାଲିକ ହୋଇସାରିଛନ୍ତି। କିନ୍ତୁ ଏହା ସେ ନିଜେ କିଣିନଥିଲେ ତାଙ୍କର ଫ୍ୟାନ ତାଙ୍କୁ ଉପହାର ଦେଇଥିଲେ। ସୁଶାନ୍ତ ଏଇ ଜମିକୁ ୨୫ ଜୁନ୍ ୨୦୧୮ରେ ତାଙ୍କ ନାମରେ ରେଜିଷ୍ଟ୍ରି କରିଛନ୍ତି । ସୁଶାନ୍ତ ବର୍ତ୍ତମାନ ପ୍ରଡ୍ୟୁସରଙ୍କ ସହ ଝଗଡ଼ା ପରେ କେଦାରନାଥ ଚଳଚ୍ଚିତ୍ରର ସୁଟିଂ ସାରିଛନ୍ତି। ଫିଲ୍ମରେ ସୈଫ୍ ଅଲ୍ଲି ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ବିପକ୍ଷରେ ରହିଥିବା ବେଳେ ଏହି ଫିଲ୍ମ ଜରୀଆରେ ସେ ବଲିଉଡରେ ପାଦ ରଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.