ଆସନ୍ତାକାଲି ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ, ଚଳିତ ବର୍ଷ ହେବ ହାଣ୍ଡିଭଙ୍ଗା ଯାତ୍ରା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ମହାଶିବରାତ୍ରି । ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । କେଉଁଠି ବିନା ଭକ୍ତ ତ କେଉଁଠି ଅଳ୍ପ ସଂଖ୍ୟକ ଭକ୍ତ କରିପାରିବେ ଠାକୁର ଦର୍ଶନ । ରାତି ୧୦ଟାରେ ଲିଙ୍ଗରାଜଙ୍କଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଦାବି ଯୋଗୁ ଆଜି ନୀତିକାନ୍ତି ବିଳମ୍ବ ହୋଇଥିଲା । ତେବେ ପ୍ରତିଶୃତି ପରେ ସ୍ୱାଭାବିକ ହୋଇଥିଲା ନିତୀକାନ୍ତି ଚାଲିଥିଲା ଦେବନୀତି ।

ଚଳିତ ବର୍ଷ ବହୁ ଅଶା ଆଶଙ୍କା ଭିତରେ ଥିବା ଜାଗର ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।  ସେବାୟତଙ୍କ ଦାବି ଯୋଗୁ ଆଜି ନୀତିକାନ୍ତି ବିଳମ୍ବ ହୋଇଥିଲା । ଦେବୋତ୍ତର କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିର ଭିତରେ ଜାଳି ହେବ ଦୀପ । ଧାଡି ଦର୍ଶନ କରିପାରିବେ ଭକ୍ତ । ଚଳିତ ବର୍ଷ ହାଣ୍ଡିଭଙ୍ଗା ଯାତ୍ରା ହେବ । ଦୀର୍ଘ ବର୍ଷ ହେବ ନିୟମ ଭଙ୍ଗା ଯାଇଥିବା ବେଳେ ଏବର୍ଷ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା କରାଯିବ । ଯାହା ନୀତି ନିର୍ଘଣ୍ଟ ହୋଇଥିବା ସେହି ଅନୁଯାୟୀଉଠିବ ମହାଦୀପ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି ।

 ଲିଙ୍ଗରାଜ ମହାପ୍ରଭୂଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ  ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି । ଜାଗରରେ ସାମିଲ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହୋଇଛି ।କୋଭିଟ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କଲାପରେ ସେମାନଙ୍‌କ ପାଇଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର,ମାସ୍କ ପରିଧାନ, ସାମାଜିକ ଦୁରତା ରଖିବା ଉପରେ ନଜର ରଖାଯିବ ।ମନ୍ଦିର ଭିତରେ ମଧ୍ୟ ବ୍ୟାରିବେଡ କରାଯାଇଛି ଭକ୍ତ ମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗର୍ଭ ଗୃହକୁ ଭକ୍ତଙ୍କୁ ମନା ଆଡକାଠ ପଛରୁ ଦର୍ଶନ କରିବେ ଭକ୍ତ । ଖରା ବଢୁଥିବା ଦେଖି ଭକ୍ତଙ୍କ  ପାଇଁ ୧୪ ଟି ଓ୍ଵାଟର ପଏଣ୍ଟ ଓ ୧୦ହହାର ରୁ ଅଧିକ ପାଣି ବୋତଲ ଓ ପାଣି ଛିଚଂନ ର ବ୍ୟବସ୍ଥା କରାଯାଇଛି । ୭ ଟି ଯାଗାରେ ଶୌଚାଳୟ କରାଯାଇଛି । ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳ ଆଲୋକମାଳାରେ ସଜ୍ଜିତ ହୋଇଉଠିଛି । ମୋଟାମୋଟି ସମସ୍ତ ବ୍ୟବସ୍ଥା ହୋଇସାରିଲାଣି ।

ଜାଗର ପାଇଁ  ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଏକ  ବୈଠକ ବସିଥିଲା। ଯେଉଁଥିରେ ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା କଥା ଆଲୋଚନା ହୋଇଥିଲା। ଜାଗର ଯାତ୍ରା ପାଇଁ  ସୁରକ୍ଷା ଦାୟିତ୍ୱରେ ରହିବେ ୩୪ ପ୍ଲାଟୁନ ଫୋର୍ସ (ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି) ରହିବେ ।  ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଇନ୍ସପେକ୍ଟର ଓ ୮୬ ସବଇନ୍ସପେକ୍ଟର । ଏହା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି।   କରୋନା କଟକଣା ପାଇଁ ଭିଡ଼ ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ନେଇ  ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.