ଗଜପତି: ମନରେଗା କାର୍ଯ୍ୟରେ ନିୟୋଜିତ ଥିବା ଶିଶୁ ଶ୍ରମିକ ଉଦ୍ଧାର

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ରାଇପଙ୍କା ଅଞ୍ଚଳରୁ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଅଡବା ପୋଲିସ ।  ଉଦ୍ଧାର ଶିଶୁର ଘର ମୋହନା ଥାନା ମଳାସପଦର ପଞ୍ଚାୟତ କେହେଲିଗୁଡା ଗ୍ରାମରେ ବୋଲି ଜଣାପଡିଛି । ନାବାଳକଟି ନିଖୋଜ ଥିବା ନେଇ ମୋହନା ଚାଇଲ୍ଡ ଲାଇନକୁ ଖବର ଆସିଥିଲା।  ପରେ ଆରମ୍ଭ ହୋଇଥିଲା ନିଖୋଜ ନାବାଳକକୁ ଖୋଜିବାର ପ୍ରକ୍ରିୟା। ଏନେଇ ମୋହନା ଚାଇଲଡ୍ ଲାଇନ କର୍ମୀ ଟିଟି ମଲ୍ଲିକ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଗୁରୁବାର ଅଡବା ପୋଲିସ ନାବାଳକଟି ରାଇପଙ୍କା ଠାରେ ଏକ ମନରେଗା କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିବା ବେଳେ ପୋଲିସ ଏବଂ ଚାଇଲ୍ଡ ଲାଇନ ପକ୍ଷରୁ ମିଳିତ ଉଦ୍ୟମରେ ତାକୁ ଉଦ୍ଧାର କରାଯାଇଛି । ନାବାଳକକୁ  ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ।  ଅନ୍ୟ ପଟେ କିଭଳି ନାବାଳକ ଜଣକ ମନରେଗା  କାର୍ଯ୍ୟରେ ନିୟୋଜିତ ହେଲା।  ଏବଂ କିଏ ତାକୁ କାର୍ଯ୍ୟରେ  ନିୟୋଜିତ କଲା ସେ ସମ୍ପର୍କରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.