ଏବେ ବିନା ଇଣ୍ଟରନେଟ କନେକ୍ସନରେ ହେବ ସବୁ କାମ, ଗୁଗଲ ଲଞ୍ଚ କଲା ନୂଆ ଆପ୍ WiFiNanScan

ବିଶ୍ବର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିକଟରେ ନୂଆ ଆପ୍ ଲଞ୍ଚ କରିଛି। ଯାହା ବିନା ଇଣ୍ଟରନେଟ ସଂଯୋଗ ବିନା ହିଁ ନିଜ ଡିଭାଇସ ସହିତ କନେକ୍ଟ କରିପାରିବେ। ଯଦି ଫୋନରେ ନେଟୱାର୍କ ନଥିବା ସତ୍ତ୍ବେ ମଧ୍ୟ ସବୁ କାର୍ଯ୍ଯ ଏହି ଆପ୍ ଜରିଆରେ କରିପାରିବେ।

ଗୁଗଲ ଦାବି ମୁତାବକ, ଆପ୍ Wifi Aware ପ୍ରୋଟୋକଲର ବ୍ଯବହାର କରିବା ସହିତ ବିନା ଇଣ୍ଟରନେଟରେ ସଂଯୋଗ ନ କରି କୌଣସି ରେଷ୍ଟୁରାଣ୍ଟର ସିଟ୍ ବୁକିଂ ହେଉ ଅବା ଫିଲ୍ମ ଟିକେଟ ବୁକିଂ ସବୁକିଛି କରିପାରିବେ। ଏହି ଆପର ବ୍ଯବହାର ଡାଟା ସେୟାର କରିବା ପାଇଁ ମଧ୍ୟ କରାଯାଇପାରିବ।

google
photo credit: Zee News

ଗୁଗଲ ଏହି ଆପକୁ WifiNanScan ନାମରେ ପ୍ଲେ ଷ୍ଟୋରରେ ଲଞ୍ଚ କରିଛି। ଏହାକୁ ଏବେ ଡେଭଲପର୍ସ, ଭେଣ୍ଡର୍ସ ଏବଂ ୟୁନିଭରସିଟି ପାଇଁ ରିସର୍ଚ୍ଚ, ଡେମୋନୋଷ୍ଟ୍ରେସନ ଏବଂ ଟେଷ୍ଟିଂ ଟୁଲ ପାଇଁ ଡିଜାଇନ କରାଯାଇଛି। ଏହି ଆପ୍ ଜରିଆରେ ଏକ୍ସପେରିମେଣ୍ଟ କରିପାରିବେ।

ଏହି ଆପ୍ ଜରିଆରେ ଦୁଇଟି ସ୍ମାର୍ଟଫୋନ ମଧ୍ୟରେ ସଠିକ୍ ଦୂରତା ମଧ୍ୟ ମାପିପାରିବେ। କିନ୍ତୁ ଦୁଇଟି ଫୋନ ମଧ୍ୟରେ ଦୂରତା ୧୫ ମିଟର ରହିବା ଦରକାର। ଏହି ଆପ୍ ସାହାଯ୍ଯରେ ବିନା ନେଟୱାର୍କ ପ୍ରିଣ୍ଟରରେ ଡକ୍ଯୁମେଣ୍ଟ ମଧ୍ୟ ପଠାଇପାରିବେ।

ଏହି ଆପ୍ ଆଣ୍ଡ୍ରଏଡ ୮.୦ ଏବଂ ଏହା ଉପର OS ଭର୍ସନର ସମସ୍ତ ଡିଭାଇସ ସହିତ କାମ କରିଥାଏ। ଗୁଗଲ ମୁତାବକ, ଏହି ଆପ୍ ସଂପୂର୍ଣ୍ଣ ଭାବେ ସୁରକ୍ଷିତ। ଏହି ଆପ୍ ସାହାଯ୍ଯରେ ବିନା ବ୍ଲୁଟୁଥ ଏବଂ ୱାଇଫାଇ କନେକ୍ସନରେ ଆପଣ ମେସେଜ ଏବଂ ଡାଟା ସେୟାର କରିପାରିବେ।

Leave A Reply

Your email address will not be published.