Below header

ରାଜ୍ୟର ନୂଆ ମଦ ଲାଇସେନ୍ସ ନୀତି ଉପରେ ଲଗାମ ନାହିଁ, ଦୋକାନ ନ ମିଳିଲେ ଫେରସ୍ତ ହେବ ୧ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତି ଉପରେ ଲଗାମ ଲଗାଇନାହାନ୍ତି ସୁପ୍ରିମକୋର୍ଟ । ଲଟେରୀ ବ୍ୟବସ୍ଥା ଅନୁଯାୟୀ ମଦ ଦୋକାନ ଲାଇସେନ୍ସ ଦେବା ପ୍ରକ୍ରିୟା ଆରମ୍ଭ କରିହେବ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ତେବେ ମଦ ଦୋକାନ ଲାଇସେନ୍ସର ଆଲଟମେଣ୍ଟ ପିଟିସନର ଚୂଡାନ୍ତ ନିର୍ଦ୍ଦେଶନାମା ଉପରେ ନିର୍ଭର କରିବ । ଏପ୍ରିଲ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କୁ ଏପ୍ରିଲ ୫ ତାରିଖ ସୁଦ୍ଧା ଜବାବ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷ ବର୍ଷ ଧରି ଚାଲି ଆସୁଥିବା ମଦ ଦୋକାନ ଲାଇସେନ୍ସରେ ସଂସ୍କାର ଆଣିବାକୁ ନୋଟିଫିକେସନ କରିଥିଲେ ରାଜ୍ୟ ସରକାର ।

ନୂଆ ନୋଟିଫିକେସନ ଅନୁଯାୟୀ ଅନଲାଇନରେ ମଦ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ଆବେଦନ ବେଳେ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡିବ । ଲଟେରୀରେ ଦୋକାନ ନମିଳିଲେ ସେହି ୧ ଲକ୍ଷ ଟଙ୍କା ଫେରସ୍ତ କରିବେ ନାହିଁ ସରକାର । ଲଟେରୀ ପାଇଥିବା ବ୍ୟବସାୟୀ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବେ । ନୂଆ ନୀତି ଅନୁଯାୟୀ ନୂଆ ବ୍ୟବସାୟୀ ମଦ ବ୍ୟବସାୟ କରିବାକୁ ସୁଯୋଗ ପାଇବେ । ଏହାକୁ ମଦ ବ୍ୟବସାୟୀ ସଙ୍ଘ ବିରୋଧ କରିଥିବା ବେଳେ ଓଡିଶା ହାଇକୋର୍ଟରେ ଜଣେ ବ୍ୟବସାୟୀ ମାମଲା ରୁଜୁ କରିଥିଲେ । ତେବେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନୋଟିଫିକେସନ ସପକ୍ଷରେ ରାୟ ଦେଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.