ଭାଇର ଅକାଳ ମୃତ୍ୟୁ ନହେବା ପାଇଁ କରନ୍ତୁ ହୋଲି ଭାଇଦୁଜ, ଜାଣନ୍ତୁ ତିଳକ କରିବାର ବିଧି ଓ ଶୁଭ ମୁହୂର୍ତ୍ତ
ଦୀପାବଳି ଭଳି ଚୈତ୍ର ମାସ ଦ୍ବିତୀୟ ତିଥି ଦିନ ମଧ୍ୟ ଭାରତର ଅନେକ ସ୍ଥାନରେ ଭାଇ ଦୁଜ ଉତ୍ସବ ପାଳନ କରାଯାଏ। ଏହି ପର୍ବ ହୋଲିର ଠିକ୍ ଗୋଟେ ଦିନ ପରେ ପାଳିବାର ପରମ୍ପରା ରହିଥାଏ। ଏହି ଦିନ ଭଉଣୀ ନିଜ ଭାଇର ତିଳକ କରିଥାଏ। ଭାଇର ସ୍ବାଗତ କରିବା ସହିତ ଦୀର୍ଘାୟୁଷ ପାଇଁ କାମନା କରିଥାଏ। କୁହାଯାଏ, ଯେଉଁ ଭାଇ ଏହି ଦିନ ଭଉଣୀ ଘରକୁ ଯାଇ ଭୋଜନ କରିଥାଏ ଏବଂ ତିଳକ ଲଗାଇଥାଏ, ସେମାନଙ୍କର କେବେ ବି ଅକାଳ ମୃତ୍ୟୁ ହୋଇନଥାଏ।
କେମିତି ପାଳିବେ :
ଏହିଦିନରେ ସକାଳୁ ଗାଧୋଇ ନିଜ ଭଉଣୀ ଘରକୁ ଯାଆନ୍ତୁ। ଭଉଣୀ ଘରେ ଭୋଜନ କରନ୍ତୁ। ଭଉଣୀ ଭାଇକୁ ଖୁଆଇଦେବା ସହିତ ଆରତୀ କରିବା ଉଚିତ। ଭାଇ ନିଜ ଯଥାସମ୍ଭବ ଭଉଣୀକୁ ଉପହାର ଦେବା ମଧ୍ୟ ଉଚିତ।
କେମିତି କରିବେ ଭାଇ ତିଳକ :
ଶୁଦ୍ଧ କେଶର ଏବଂ ଶୁଦ୍ଧ ଲାଲ ଚନ୍ଦନ ନେଇ ଗଙ୍ଗା ଜଳରେ ମିଶାନ୍ତୁ। ଏବେ ରୂପା ପାତ୍ର କିମ୍ବା ପିତ୍ତଳ ପାତ୍ରରେ ଏହି ତିଳକ ପ୍ରସ୍ତୁତ କରନ୍ତୁ। ନିଜ ଭାଇର ତିଳକ କରିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖିଦିଅନ୍ତୁ। ଓଁ ନମୋଃ ନାରାୟଣାୟଃ ମନ୍ତ୍ର ୨୭ ଥର ଜପ କରନ୍ତୁ। ଏବେ ଏହି ତିଳକ ପ୍ରଥମେ ଭଗବାନ ଗଣପତି ଓ ବିଷ୍ଣୁଙ୍କୁ ଲଗାନ୍ତୁ। ତା’ ପରେ ଭାଇକୁ ଉତ୍ତର ପୂର୍ବ ଦିଗକୁ ମୁହଁ କରି ତିଳକ ଲଗାନ୍ତୁ। ଭାଇକୁ ମିଷ୍ଠାନ୍ନ ଖୁଆଇଦିଅନ୍ତୁ।
ଶୁଭ ମୁହୂତ୍ତର୍ : ଦ୍ବିତୀୟ ତିଥି ଆଜି ସନ୍ଧ୍ଯା ୫ଟା ୨୭ରେ ମିଟରେ ଶେଷ ହେଉଛି।
କେତେ ବେଳେ ଏହା ପାଳନ କରିବେ ନାହିଁ : ଆଜି ଦିନ ୩ଟାରୁ ୪.୩୦ ମିନିଟ୍ ପର୍ଯ୍ଯନ୍ତ ରାହୁକାଳ ରହିଥିବାରୁ ଏହି ସମୟରେ ଭାଇଦୁଜ ପାଳନ୍ତୁ ନାହିଁ। ଏହି ସମୟରେ ଭାଇର ତିଳକ କରନ୍ତୁ ନାହିଁ।