ଭୁବନେଶ୍ୱର: କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ କରୋନା ଟେଷ୍ଟ ଚାଲିଛି । କ୍ୟାମ୍ପସକୁ ସାନିଟାଇଜ କରାଯାଉଛି ।
ଆସନ୍ତାକାଲିଠୁ ହଷ୍ଟେଲରେ ଥିବା ଛାତ୍ରୀଙ୍କର କୋଭିଡ୍ ଟେଷ୍ଟ କରିବା ପାଇଁ ବିଏମସିକୁ ଅନୁରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଭୟଭୀତ ନହେବାକୁ ଛାତ୍ରୀଙ୍କୁ କୁହାଯାଉଛି । ଏବେ କ୍ୟାମ୍ପସ ଛୁଟି ଅଛି । ଗତକାଲି ରମାଦେବୀରୁ ଜଣେ ସଂକ୍ରମିତ ହୋଇଥିଲେ ।