୧୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୬ ବେପାରୀଙ୍କୁ ଗିରଫ କଲା ତାଳଚେର ପୋଲିସ୍

ତାଳଚେର: ୬ ବ୍ରାଉନ ସୁଗର ବେପାରୀ ଗିରଫ । ତାଳଚେର ପୋଲିସ ୬ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ତାଳଚେର ଅଞ୍ଚଳରେ ବେଧଡକ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ବେଳେ କାରରୁ ବ୍ରାଉନସୁଗାର ଜବତ ହୋଇଥିଲା। ଏହା ସହ କାରରେ ଥିବା ୬ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ ଗୋଟିଏ କାର ଓ ୫ଟି ମୋବାଇଲ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.