ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକ୍‌ଡାଉନ୍‌, ସର୍ବଦଳୀୟ ବୈଠକରେ ଆଲୋଚନା

ମହାରାଷ୍ଟ୍ର : ମହାରାଷ୍ଟ୍ରର ସ୍ଥତି ଏବେ କ୍ରମଶଃ ସଙ୍ଗୀନ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଆଜି କୋଭିଡ୍‌ ଟ୍ୟାକ୍ସ ଫୋର୍ସ ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସଂକ୍ରମଣକୁ ରୋକିବା ପାଇଁ ଆଗକୁ କଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିବେ । ଏହାପରେ ଲକ୍‌ଡାଉନ୍‌ ନେଇ ଘୋଷଣା କରିପାରନ୍ତି।

ଗତକାଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ସପକ୍ଷରେ ଯୁକ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ। କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ଠାକ୍‌ରେ କହିଛନ୍ତି। ପ୍ରାୟ ୨ ସପ୍ତାହ ଧରି ସଂପୂର୍ଣ୍ଣ ମହାରାଷ୍ଟ୍ର ଲକ୍‌ଡାଉନ୍‌ କରାଯାଇପାରେ। ବିଭିନ୍ନ କଟକଣାକୁ ଲୋକମାନେ କଟକଣା ମାନୁନାହାଁନ୍ତି।

ଏବେ ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଚାଲିଛି। ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ। ଗତ ୨୪ଘଣ୍ଟାରେ ମହାରାଷ୍ଟ୍ରରେ ପ୍ରାୟ ୫୫ ହଜାର ୪୧୧ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ ୩୨ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୫୭ହଜାର ୩୨୯ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.