Below header

କେନ୍ଦ୍ରାପଡ଼ା : ନର୍ସିଂହୋମ୍‌ରେ ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଶିଶୁ କନ୍ୟା ଜନ୍ମ

କେନ୍ଦ୍ରାପଡ଼ା(କେ.ନ୍ୟୁଜ): କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମ୍‌ରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଛି। ନବଜାତକର ଦୁଇଟି ମୁଣ୍ଡ ଓ ତିନିଟି ହାତ ଥିବା ଦେଖିବାକୁ ମିଳିଛି। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅଧିକ ଚିକିତ୍ସା ପାଇଁ ତାକୁ ଡାକ୍ତର କଟକ ଶିଶୁଭବନ ସ୍ଥାନାନ୍ତର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶିଶୁ କନ୍ୟାର ବାପା ମା ହେଉଛନ୍ତି ରାଜନଗର କଣିଗାଁର ଉମାକାନ୍ତ ପରିଡ଼ା ଓ ଅମ୍ବିକା ପରିଡ଼ା। ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଝିଅର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ସେମାନେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.