Below header

ଗଞ୍ଜାମ ଠଣା ଗାଁରେ ଟ୍ରାକ୍ଟର ଓଲଟି ୨ ମୃତ, ୧୩ ଜଣ ଆହତ

ବ୍ରହ୍ମପୁର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଠଣା ଗାଁରେ ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆହତ ହୋଇଛନ୍ତି  । ଆହତମାନଙ୍କୁ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଠଣା ଗାଁରୁ ପ୍ରାୟ ୨୦ ଜଣ ଏକ ଟ୍ରାକ୍ଟର ଭଡ଼ା କରି ଚାଉଳ ଆଣିବାକୁ ନିକଟସ୍ଥ ତୁମ୍ବା ପଞ୍ଚାୟତକୁ ଯାଇଥିଲେ । ଚାଉଲ ଧରି ଫେରୁଥିବା ବେଳେ ପାଞ୍ଚ ଆମ୍ବ ଗାଁ ନିକଟରେ ହାଇଡ୍ରୋଲିକ ଡାଲା କୌଣସି କାରଣରୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ପ୍ରାଣହାନୀ ଘଟିଛି  ଓ ୧୩ ଜଣ ଆହତ ହୋଇଛନ୍ତି  । ।

ଅନ୍ୟ ଆହତଙ୍କୁ ପାତ୍ରପୁର ମେଡିକାଲକୁ ପଠାଯାଇଛି । ଦୁର୍ଘଟଣାସ୍ଥଳରୁ ମାତ୍ର ୪ କିଲୋମିଟର ଯାଇଥିଲେ ଘରେ ପହଞ୍ଚିଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ କରୁଣ ଚିତ୍କାର ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.