Below header

ମାଲେସିଆରେ ଚମକିବେ ସୋନପୁରର କୁନିଝିଅ ଉତ୍ପଳା

ସୁବର୍ଣ୍ଣପୁର (କେନ୍ୟୁଜ) : ମାଲେସିଆରେ ଚମକିବେ ସୋନପୁରର କୁନିଝିଆ ବୟସ ମାତ୍ର ୧୦ ବର୍ଷ। କିନ୍ତୁ ଅଜସ୍ର ପ୍ରତିଭାର ଅଧିକାରୀ ଉତ୍ପଳା। ନିଜ ପ୍ରତିଭା ବଳରେ ସେ ନିଜ ଜିଲ୍ଲା ସମେତ ରାଜ୍ୟ ଏବଂ ଦେଶ ପାଇଁ ଆଣିବେ ଗୌରବ। ଆସନ୍ତା ଅଗଷ୍ଟ ମାସରେ ମାଲେସିଆରେ ହେବାକୁଥିବା ଆନ୍ତର୍ଜାତୀୟ ‘ବିୟୁଟି ପିଜନ’ ପ୍ରତିଯୋଗିତାରେ ସେ ଭାଗନେବାକୁ ହୋଇଛନ୍ତି ମନୋନିତ ।

ଏ ପ୍ରତିଭାବାନ ଝିଅର ନାମ ଉତ୍ପଳା ରଂଜନ । ସୋନପୁର ସହର ବଡବଜାରସ୍ଥିତ ପ୍ରେମ ରଂଜନ ଏବଂ ଶୈଳବାଳାଙ୍କ ବଡଝିଅ ହେଉଛନ୍ତି ଉତ୍ପଳା । ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଉତ୍ପଳାଙ୍କ ଭିତରେ ରହିଛି ପ୍ରବଳ ପ୍ରତିଭା। ଯେଉଁଥିପାଇଁ ସେ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ରାଜ୍ଯ ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ନିକଟରେ ପୁନେରେ ଗ୍ଲୋବାଲ ବିୟୁଟି ଇଂଟରନେସେନାଲ ଅର୍ଗାନାଇଜେସନ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ସେ ଅଂଶଗ୍ରହଣକରି ୧୦୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ଏଣୁ ଏବେ ସେ ମାଲେସିଆରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ ‘ବିୟୁଟି ପିଜନ’ ପ୍ରତିଯୋଗିତାରେ ଭାଗନେବାକୁ ମନୋନିତ ହୋଇଛନ୍ତି । ଭାରତରୁ ଜଣେ ମାତ୍ର ପ୍ରତିଯୋଗୀ ଭାବେ ସେ ମାଲେସିଆକୁ ପ୍ରତିନିଧିତ୍ୱ କରିବା ସହ 35 ଗୋଟି ଦେଶର ପ୍ରତିଯୋଗୀଙ୍କ ସହ ମୁକାବିଲା କରିବେ । ଏଣୁ ବେଶ ଖୁସି ଅନୁଭବ କରିବା ସହିତ ନିଜକୁ ପୂରା ପ୍ରସ୍ତୁତ କରୁଛନ୍ତି କୁନି ଝିଅ ଉତ୍ପଳା ରଂଜନ ।

ଛୋଟବେଳୁ ଏସବୁ ପ୍ରତି ଉତ୍ପଳାଙ୍କ ଥିଲା ପ୍ରବଳ ରୁଚି । ପ୍ରଥମେ ପ୍ରଥମେ ପରିବାର ଲୋକ ବିରକ୍ତି ପ୍ରକାଶ କରୁଥିଲେ । କିନ୍ତୁ ପରେ ଉତ୍ପଳାଙ୍କ ଆଗ୍ରହ ଓ ସଫଳତା ଦେଖି ପରିବାର ଲୋକ ତାଙ୍କୁ ସହଯୋଗ କଲେ । ଛୋଟବେଳୁ ହିଁ ସେ ପାଠପଢା ସହ ନାଚ,ଗୀତ ଏବଂ ମଡେଲିଂ ପ୍ରତି ବେଶ ଆଗ୍ରହ ରଖୁଥିଲେ । ଏଣୁ ପରିବାର ଲୋକ ତାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇଲେ । ଯାହାଫଳରେ ଆଜି ଉତ୍ପଳା ପହଂଚି ପାରିଛନ୍ତି ଏହି ସ୍ଥାନରେ । ଉତ୍ପଳାଙ୍କ ଏଭଳି ସଫଳତା ପାଇଁ ଏବେ ସୁବର୍ଣ୍ଣପୁର ଜିଲ୍ଲା ସମେତତାଙ୍କ ପରିବାରରେ ଖୁସିର ମାହୋଲା ଭାରତର ଜଣେ ମାତ୍ର ପ୍ରତିଯୋଗୀ ହୋଇଥିବା ଏହି ପ୍ରତିଭାଙ୍କୁ ଆମେ ଉତ୍ସାହିତ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.